ଉତ୍ତର ପ୍ରଦେଶ: ପ୍ରୟାଗରାଜରୁ ଓସାମାର ଦାଦା ହୁମେଦ ଉର ରହମାନ ଗିରଫ
Khabar Odisha:Nation-Prayagraj-terrorist-module-member-Humaid-Ur-Rehman-arrested-special-cell-Delhi-police-crime

ପ୍ରୟାଗରାଜ, ସେପ୍ଟେମ୍ବର ୧୮(ଖବର ଓଡ଼ିଶା): ଦେଶରେ ଆତଙ୍କବାଦୀ ମଡ୍ୟୁଲ ଖୁଲାସା ହେବା ପରେ ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲକୁ ହୁମେଦ ଉର ରହମାନ ଦରକାର ଥିଲା, ଯାହାକି ଶୁକ୍ରବାର ଉତ୍ତର ପ୍ରଦେଶର ପ୍ରୟାଗରାଜ ଠାରୁ ଗିରଫ କରାଯାଇଛି। ଏବେ ପୋଲିସ ଏବଂ ଅନ୍ୟ ସଂସ୍ଥା ଦ୍ବାରା ହୁମେଦକୁ ପଚରାଉଚରା କରୁଛି।

ପ୍ରୟାଗରାଜର କରୌଲି ପୋଲିସକୁ ଉତ୍ତର ପ୍ରଦେଶ ଏଟିଏସ ଏବଂ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ତଥ୍ୟ ମିଳିଥିଲା। ଏହି ତଥ୍ୟ ଆଧାରରେ ପୋଲିସ ହୁମେଦ ଉର ରହମାନକୁ ଗିରଫ କରିଛି। ଏବେ ତାକୁ ପଚରାଉଚରା କରାଯାଉଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦିଲ୍ଲୀରୁ ଧରାପଡ଼ିଥିବା ଓସାମା ଏହି ହୁମେଦ ଉର ରହମାନର ପୁତୁରା। 

ଜଣାପଡ଼ିଛି ଯେ, ପାକିସ୍ତାନ ଟ୍ରେନିଙ୍ଗ ଉପରେ ପଠାଯାଇଥିବା ଜୀଶାନକୁ ରେଡେକ୍ଲାଇଜ କରିବା କାମ ହୁମେଦ ଉର ରହମାନ କରିଥିଲା। ଲଖନଉରୁ ଧରାପଡ଼ିଥିବା ଆମିର ମଧ୍ୟ ରହମାନ‌ ନେଟୱାର୍କରେ କାମ କରୁଥିଲା। ଆମିର ବେଗର ଭଉଣୀର ଶ୍ବଶୁର ହେଉଛି ହୁମେଦ ଉର ରହମାନ। 

 

  • Tags:

Subscribe

National International State Sports Entertainment