୭ ଲକ୍ଷ ଟଙ୍କାରେ ଥାଇଲାଣ୍ଡରୁ ଆସିଥିଲେ କଲଗାର୍ଲ, କରୋନାରେ ମୃତ୍ୟୁ ପରେ ଜଣାପଡ଼ିଲା ଘଟଣା
Khabar Odisha:Nation-Call-gall-coming-at-Rs-7-lakh-from-Thailand-dead-in-corona-in-Lucknow

ଲଖନଉ, ମେ ୦୯ (ଖବର ଓଡ଼ିଶା): ପୂରା ବିଶ୍ୱ କରୋନା ଭାଇରସରେ ଛଟପଟ ହେଉଥିବା ବେଳେ ଜୀବନ ଓ ମୃତ୍ୟୁର କୌଣସି ନିଶ୍ଚିତତା ନଥିବା ଭଳି ସଂଦେହ ଲାଗୁଛି ।  ଏଭଳି ଏକ ସଂକଟ ସମୟରେ ଉତ୍ତର ପ୍ରଦେଶର ରାଜଧାନୀ ଲଖନଉର ଜଣେ ବ୍ୟବସାୟୀଙ୍କ ପୁଅ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରି ଥାଇଲାଣ୍ଡରୁ କଲଗାର୍ଲ ଡାକିଥିଲେ । ଜାତୀୟ ଗଣମାଧ୍ୟମକୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୧୦ ଦିନ ପୂର୍ବରୁ କଲଗାର୍ଲ ଲଖନଉ ଆସିଥିଲେ । କିନ୍ତୁ ଏଠାରେ ପହଂଚିବାର ୨ ଦିନରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏସଂପର୍କରେ ଥାଇଲାଣ୍ଡ ଦୂତାବାସକୁ ସୂଚନା ଦିଆଯାଇଥିଲା । ଦୂତାବାସ ଦ୍ୱାରା ହସ୍ତକ୍ଷେପ ପରେ କଲଗାର୍ଲକୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କଲଗାର୍ଲଙ୍କର ମୃତ୍ୟୁ ହୋଇଥିଲା । 

କଲଗାର୍ଲଙ୍କ ମୃତ୍ୟୁ ପରେ ମୃତଦେହ ହସ୍ତାନ୍ତର ଏବଂ ଅନ୍ତିମ ସଂସ୍କାର ପ୍ରକ୍ରିୟାରେ ରାଜଧାନୀର ବଭୂତିଖଣ୍ଡ ପୋଲିସ ଅଧିନରେ ଅଟକି ରହିଥିଲା । ପୋଲିସ ଥାଇଲାଣ୍ଡ ଦୂତାବାସ ସହିତ ସଂପର୍କ କରି ମୃତକକୁ ପରିବାର ଲୋକଙ୍କ ନିକଟରେ ପହଂଚାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲା । ଶେଷରେ ଅନ୍ୟ ଉପାୟ ନ ପାଇ କଲଗାର୍ଲର ମୃତଦେହକୁ ଅନ୍ତିମ ସଂସ୍କାର କରିଥିଲା । ସୂଚନାଯୋଗ୍ୟ ଗାଇଡ ସଲମାନଙ୍କ ମାଧ୍ୟମରେ କଲଗାର୍ଲ ଭାରତ ଆସିଥିଲେ । 

 

  • Tags:

Subscribe

National International State Sports Entertainment