ଭୁବନେଶ୍ବର: ବାଂଲାଦେଶୀ ନାବାଳିକା ଚାଲାଣ ମାମଲାରେ ୧୦ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ୍ କଲା NIA। ଭୁବନେଶ୍ବର ସ୍ପେଶାଲ କୋର୍ଟରେ ଚାର୍ଜସିଟ୍ ଦାଖଲ। ଚାକିରି ଦେବା ନାଁରେ ଆଣିଥିଲେ ଦଲାଲ। ଅନୈତିକ କାର୍ଯ୍ୟରେ ଲଗାଇବା ଅଭିଯୋଗ ହୋଇଥିଲା। ଗରିବ ପରିବାରର ହୋଇଥିବାରୁ ଫାଇଦା ଉଠାଇବାକୁ ଉଦ୍ୟମ କରାଯାଇଥିବାର ଅଭିଯୋଗ ହୋଇଥିଲା।
ବାଂଲାଦଶୀ ନାବାଳିକା ମାନଙ୍କୁ ଚାକିରି ଦେବା ନାଁରେ ଆଣି ଅନୈତିକ କାର୍ଯ୍ୟରେ ଲଗାଉଥିବା ଅଭିଯୋଗ ହୋଇଛି। ସେମାନେ ଗରିବ ପରିବାରର ହୋଇଥିବାରୁ ଫାଇଦା ଉଠାଇବା ଲାଗି ଉଦ୍ୟମ କରାଯାଉଥିଲା। ପୂର୍ବରୁ ଓଡିଶା ପୁଲିସ୍ ୬ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା। ପରେ ଏହି ମାମଲାକୁ ଏନ୍ଆଇଏକୁ ହସ୍ତାନ୍ତର କରାଯାଇଥିଲା।
ଖୋର୍ଦ୍ଧା ଜିଲ୍ଲା ଦୌରାଜଜ କୋର୍ଟରେ ଆଜି ଚାର୍ଜସିଟ୍ ଦାଖଲ କରାଯାଇଛି। ବାଂଲାଦେଶ ନାବାଳିକାକୁ ଚାକିରି ପ୍ରଲୋଭନ ଦେଖାଇ ଓଡ଼ିଶାକୁ ଆଣିଥିଲେ ଦୁର୍ବୃତ୍ତ। ଓଡ଼ିଶାର କଟକ ମଧୁପାଟଣା ଅଞ୍ଚଳରେ ନାବାଳିକାକୁ ରଖି ବଳପୂର୍ବକ ଅନୈତିକ କାର୍ଯ୍ୟରେ ଲଗାଇ ଦଲାଲ ମାଲାମାଲ ହେଉଥିଲେ। କୌଣସି ମତ ନାବାଳିକା ଦୁର୍ବୃତ୍ତଙ୍କ କବଳରୁ ଖସି ଆସିବା ପରେ ଏହି ମାନବ ଚାଲାଣର ଗୁମର ଫିଟିଥିଲା। ୨୦୨୪ ମସିହା ନଭେମ୍ୱର ୯ ତାରିଖରେ କଟକ ମଧୁପାଟଣା ଅଞ୍ଚଳ ଲିଙ୍କ୍ରୋଡରୁ ନାବାଳିକା ଉଦ୍ଧାର ହେବା ପରେ ପ୍ରକୃତ ସତ ସାମ୍ନାକୁ ଆସିଥିଲା। ନାବାଳିକାର ବୟାନ ଆଧାରରେ ପୁଲିସ ଖୋଳତାଡ଼ ଆରମ୍ଭ କରିଥିଲା। ନାବାଳିକା ଜଣକ ବାଂଲାଦେଶୀ ହୋଇଥିବାରୁ ଓ ମାମଲା ମାନବ ଚାଲାଣ ସହ ସଂପୃକ୍ତ ଥିବାରୁ ତଦନ୍ତ ଭାର ନେଇଥିଲା ଏନଆଇଏ।
ଅଧିକ ପଢନ୍ତୁ: ବାଂଲାଦେଶୀ ସନ୍ଦେହରେ ୧୨ ଅଟକ