ପୁରୀ, ଜାନୁଆରୀ ୨(ଖବର ଓଡ଼ିଶା): ରାଜ୍ୟରେ ନୂଆ ବର୍ଷ ଆରମ୍ଭରୁ ଅପରାଧ ମଧ୍ୟ ମୁଣ୍ଡ ଟେକିଛି ଦୁଇ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହତ୍ୟା, ଆକ୍ରମଣ ଭଳି ଖବର ସାମ୍ନାକୁ ଆସୁଥିବା ବେଳେ ଆଜି ପୁରୀରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ ।
ସୂଚନା ଅନୂସାରେ ପୁରୀ ଜିଲ୍ଲା ଜଟିଆବାଜି ଛକ ଅଞ୍ଚଳରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦିନ ଦ୍ୱିପ୍ରହରେ କିଛି ଯୁବକ ଗୋଡାଇ ଗୋଡାଇ ହାଣି ଅତି ବିଭତ୍ସ ଭାବରେ ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ତେବେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହିତ ହତ୍ୟାକାଣ୍ଡ ଘଟାଇ ଥିବା ଦୁର୍ବୃତ୍ତଙ୍କୁ ଖୋଜିବା ପାଇଁ ଛାନ୍ଭିନ୍ ଆରମ୍ଭ କରାଯାଇଛି ।
ପୂର୍ବରୁ ଉଭୟଙ୍କ ମଧ୍ୟରେ କିଛି ।ଥୃତା ଥାଇପାରେ ବୋଲି ସନ୍ଦେହ କରାଯାଉଥିବା ବେଳେ ଏପର୍ଯ୍ୟନ୍ତ ହତ୍ୟା କରିଥିବା ଦୁର୍ବୃତ୍ତ ମାନଙ୍କର ପତ୍ତା ମିଳିପାରିନାହିଁ ।