ସାନଭାଇ ଫାର୍ଶା ଚୋଟରେ ବଡ଼ଭାଇର ମୃତ୍ୟୁ
Khabar Odisha:Murder-In-Cuttack-salepur

କଟକ, ଜାନୁଆରୀ ୨୩ (ଖବର ଓଡ଼ିଶା) : ବଡ଼ଭାଇକୁ ଅତି ନିର୍ମମ ଭାବେ ହତ୍ୟା କରିଛି ସାନଭାଇ । ଘରୋଇ କଳିରୁ ନିଜ ବଡ଼ ବାପା ପୁଅ ବଡ଼ଭାଇକୁ ହତ୍ୟା କରିଛି ଦାଦା ପୁଅ ସାନଭାଇ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ବାଲିସାହି ପଞ୍ଚାୟତର ମାଛୁଆତି ଗ୍ରାମରେ । 

ମୃତ ଯୁବକ ଜଣଙ୍କ ମାଛୁଆତି ଗ୍ରାମର ସତ୍ୟପ୍ରକାଶ ମଲ୍ଲିକ ବୋଲି ଜଣା ପଡିଥିବା ବେଳେ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଛି ତାଙ୍କ ଦାଦା ଶତ୍ରୁଘ୍ନ ମଲ୍ଲିକଙ୍କ ନାବାଳକ ସାନ ପୁଅ । ତେବେ ପୂର୍ବ ଯୋଜନା ଅନୁଯାଇ ସତ୍ୟପ୍ରକାଶ ବଜାରରୁ ଘରକୁ ଫେରୁଥିବା ବେଳେ ଗତ କାଲି ରାତ୍ରି ସମୟରେ ଅନ୍ଧାରିଆ ଜାଗାରେ ଲୁଚି ରହିଥିଲା ନାବାଳକ ଅଭିଯୁକ୍ତ । ଏହାପରେ ସମୟ ଦେଖି ସତ୍ୟପ୍ରକାଶଙ୍କ ଉପରକୁ ଧାରୁଆ ଫାର୍ଶା ସାହାର୍ଯ୍ୟରେ ଆକ୍ରମଣ କରିଥିଲା ଅଭିଯୁକ୍ତ । 

ଏହାପରେ ଗୁରୁତର ଅବସ୍ଥାରେ ସତ୍ୟପ୍ରକାଶଙ୍କୁ ସ୍ଥାନୀୟ ଡାକ୍ତରଖାନା ନିଆଯାଇଥିଲା ଓ ପରେ ଅବସ୍ଥା ଅତି ସଙ୍କଟାପନ୍ନ ହେବାକୁ କଟକ ବଡ ମେଡିକାଲ ସ୍ଥାନାନ୍ତରଣ କରାଯାଇଥିଲା ମାତ୍ର ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ତେବେ ସୂଚନା ଅନୁଯାଇ ବର୍ତମାନ ଏହି ମାମଲାରେ ସାଲେପୁର ପୋଲିସ୍ ଅଭିଯୁକ୍ତ ନାବାଳକ ଓ ତାଙ୍କ ମା’ଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

  • Tags:

Subscribe

National International State Sports Entertainment