ମାଆ ବି ହୋଇପାରେ ମମତାହୀନ : ଜନ୍ମକଲା ପୁଅକୁ ମାଡ ମାରି ଚେଙ୍କ ଦେଲା ମା
Khabar Odisha:Mother-brutally-tortured-her-4-years-old-boy-in-jajpur
ଖବର ଓଡିଶା : 15/03/2023

ପଥର ପାଲଟିଲା ମା ର ହୃଦୟ | ଜନ୍ମିତ ୪ବର୍ଷର ଶିଶୁପୁତ୍ରକୁ ଅକଥନୀୟ ନିର୍ଯାତନା ଦେଲା ପୁଅ | ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଛତିଆ ଅଞ୍ଚଳରେ। ଗୋପପୁର ଛକରେ ଘରଭଡା ନେଇ ରହୁଥିବା ଜଣେ ମହିଳା | ମହିଳା ଜଣଙ୍କ ନିଜ ୪ ବର୍ଷର ଶିଶୁପୁତ୍ରକୁ ବିଭିନ୍ନ ସମୟରେ ମାଡପିଟ୍‌ କରୁଥିଲେ। ଏପରିକି ମହିଳାଙ୍କ ବାପା ତଥା ଶିଶୁପୁତ୍ରର ଅଜା ମଧ୍ୟ ଶିଶୁଟି ପ୍ରତି ଅକଥନୀୟ ନିର୍ଯାତନା ଦେଇଛନ୍ତି । ତେବେ ରବିବାର ରଶ୍ମି ଶିଶୁପୁତ୍ରଟି ସିଗାରେଟ ଚେଙ୍କ ଦେଇଥିଲେ। ପିଲାଟି ଯନ୍ତ୍ରଣାର ଛଟପଟ ହେଉଥିଲା। ଏହା ଦେଖି ପାଖ ପଡ଼ୋଶୀ ସହି ନପାରି କାହିଁକି ଛୁଆଟିକୁ ଚେଙ୍କ ଦେଉଛ ବୋଲି କହି ବିରୋଧ କରିଥିଲେ ଏବଂ ସରପଞ୍ଚଙ୍କୁ ଏବିଷୟରେ ଅବଗତ କରାଇଥିଲେ। ଯନ୍ତ୍ରଣାରେ ଛଟପଟ ହେଉଥିବା କୁନି ଛୁଆଟିକୁ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଶିଶୁ ସୁରକ୍ଷା ଅଧିକାରୀ ଉଦ୍ଧାର କରିଛନ୍ତି । ଏ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶିଶୁ ସୁରକ୍ଷା ୟୁନିଟ ସଦସ୍ୟ ମିହିର କୁମାର ଜେନା କହିଛନ୍ତି।

Subscribe

National International State Sports Entertainment