ମନ୍ତ୍ରୀ ନବ ଦାସ ହତ୍ୟା ମାମଲା : ଘଟଣାସ୍ଥଳରେ ପୁଲିସ ଡିଜି ଓ ଜଷ୍ଟିସ ଜେ.ପି. ଦାସ
Khabar Odisha:Minister-Naba-Das-murder-case-Police-DG-and-Justice-JP-Das-reaches-in-crime-spot
ଖବର ଓଡିଶା : 08/02/2023

 ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାର ଛାନଭିନ୍‌ ଜାରି ରଖିଛି କ୍ରାଇମବ୍ରାଞ୍ଚ ଟିମ । ଗତକାଲି ଅଭିଯୁକ୍ତ ଗୋପାଳ ଦାସକୁ ଘଟଣାସ୍ଥଳକୁ ନେଇ କ୍ରାଇମ୍‌ସିନ୍‌ ରିକ୍ରିଏସନ କରିଥିଲା କ୍ରାଇମବ୍ରାଞ୍ଚ । ଏହାପରେ ଆଜି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁଲିସ ଡିଜି ସୁନୀଲ ବଂସଲ। ପୁଲିସ ଡିଜିଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜିବ ପଣ୍ଡା ଏବଂ ଏଡିଜି ଆର୍ କେ ଶର୍ମା ମଧ୍ୟ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ ମଧ୍ୟ କ୍ରାଇମସ୍ପଟକୁ ଯାଇ ତଦନ୍ତର ତଦାରଖ କରିଛନ୍ତି। ତଦନ୍ତ ସଠିକ ଚାଲୁଥିବା ନେଇ କହିଛନ୍ତି ଜଷ୍ଟିସ ଜେପି ଦାସ । ତଦନ୍ତର ଅଗ୍ରଗତି ସମ୍ପର୍କରେ ସେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ଠାରୁ ପଚାରି ବୁଝିଛନ୍ତି । ଅଭିଯୁକ୍ତର କ୍ରାଇମସିନ୍ ରିକ୍ରିଏସନ ହୋଇଛି । ଯାହାକି ତଦନ୍ତରେ ସହାୟକ ହେବ ବୋଲି କହିଛନ୍ତି ଜଷ୍ଟିସ ଦାସ |

Subscribe

National International State Sports Entertainment