ବୌଦ୍ଧ: ଜଣେ ମାନସିକ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ବୌଦ୍ଧ ଅତିରିକ୍ତ ଜିଲ୍ଲା ବିଚାରପତି ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି । ଅଭିଯୁକ୍ତକୁ କଠୋର ଦଣ୍ଡାଦେଶ ପ୍ରଦାନ କରିଛନ୍ତି ଅଦାଲତ । ଅଭିଯୁକ୍ତ ଗଣେଶ ପ୍ରଧାନକୁ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
ଉଲ୍ଲେଖ ଯୋଗ୍ୟ, ଗତ ୨୦୨୪, ମାର୍ଚ୍ଚ ୦୭ ତାରିଖରେ ଅଭିଯୋଗକାରୀ ଓ ତାଙ୍କ ସ୍ତ୍ରୀ ଘରେ ନଥିବା ସୁଯୋଗ ନେଇ ଗୁଡାପଡା ଗ୍ରାମର ଗଣେଶ ପ୍ରଧାନ ତାଙ୍କ ଘରେ ପ୍ରବେଶ କରିଥିଲେ। ସେଠାରେ ସେ ଅଭିଯୋଗକାରୀଙ୍କ ମାନସିକ ଅକ୍ଷମ ଝିଅ ସହିତ ଦୁଷ୍କର୍ମ କରିଥିଲେ । ଏ ନେଇ ବୌଦ୍ଧ ଥାନାରେ ମାର୍ଚ୍ଚ ୧୨ ତାରିଖରେ ମାମଲା ରୁଜୁ ହୋଇଥିଲା। ପୋଲିସ ପକ୍ଷରୁ ତୁରନ୍ତ ଅଦାଲତରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା।
ପୋଲିସର ଦ୍ରୁତ ତଦନ୍ତ ଓ ଦୃଢ଼ ପ୍ରମାଣ ଉପସ୍ଥାପନ ଫଳରେ ମାନ୍ୟବର ଅଦାଲତ ଅଭିଯୁକ୍ତଏହି ମାମଲାର ଚୂଡାନ୍ତ ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ଗଣେଶ ପ୍ରଧାନକୁ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
ଶିଶୁ ଯୌନ ନିର୍ଯ୍ୟାତନା ସୁରକ୍ଷା (POCSO) ଆଇନର ଦଫା ୧୦ ଏବଂ ଭାରତୀୟ ନ୍ୟାୟ ସଂହିତା ୨୦୨୩ର ଦଫା ୩୩୨(ଗ) ଅନୁଯାୟୀ ଅଭିଯୁକ୍ତକୁ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ବୌଦ୍ଧ ଏସପି ଏବଂ ତଦନ୍ତକାରୀ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହ ନୂତନ ଭାରତୀୟ ନ୍ୟାସ ସଂହିତା ଆଇନ କାର୍ଯ୍ୟକାରି ହେବା ପରେ ଦ୍ରୁତ ତଦନ୍ତ ଓ କମ ସମୟ ମଧ୍ୟରେ ଦୋଷୀ ସାବ୍ୟସ୍ତ ହାର ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି।