ରାଜଧାନୀରେ ଲୁଟ୍ ଆତଙ୍କ, ଲକ୍ଷ୍ମୀସାଗର ଅଞ୍ଚଳରେ ପୁଣି ଚୋରୀ
Khabar Odisha:Looting-terror-in-the-capital-theft-in-the-Lakshmisagar-area-again

ଭୁବନେଶ୍ୱର, ଅକ୍ଟୋବର ୧୭(ଖବର ଓଡ଼ିଶା): ରାଜଧାନୀ ଭୁବନେଶ୍ୱର ଏବେ ଧିରେ ଧିରେ କ୍ରାଇମ କ୍ୟାପିଟାଲ ପାଲଟିବାକୁ ଯାଉଛି । ରାଜଧାନୀ ବାସୀଙ୍କ ପାଇଁ ସବୁଠାରୁ ବଡ଼ ଚିନ୍ତା ପାଲଟିଛି ଲୁଟ୍ । ରାଜଧାନୀର ଗଳିକନ୍ଦିରେ ଲୁଟେରା ମାତିଥିବା ବେଳେ ଏବେ ଭୁବନେଶ୍ୱରରେ ଲୁଟ୍ ଆତଙ୍କ ବଢିବାରେ ଲାଗିଛି ।

ବିଶେଷ ଭାବରେ ଗତ କିଛି ମାସ ମଧ୍ୟରେ ସର୍ବାଧିକ ଚୋରୀ ଲକ୍ଷ୍ମୀସାଗର ଅଞ୍ଚଳରୁ ହୋଇଥିବା ବେଳେ ଗତ କାଲି ମଧ୍ୟ ସମାନ ଭାବରେ ଲକ୍ଷ୍ମୀସାଗର ଥାନା ବୈରାଗୀ ନଗର ଅଞ୍ଚଳରେ ଘରେ କେହି ନଥିବା ବେଳେ କଳାକନା ବୁଲାଇଛନ୍ତି ଲୁଟେରା ।

ସୂଚନା ଅନୂସାରେ ଏହି ଅଞ୍ଚଳର ଜଣଙ୍କ ଘରୁ ଚୋର ମାନେ ବାଲକୋନୀ କବାଟ ଭାଙ୍ଗି ଘରେ ପଶି ଲକ୍ଷାଧିକ ଟଙ୍କା ସୁନା ଗହଣା ଓ ଟଙ୍କା ଚୋରୀ କରିଥିବା ଆଜି ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି ।

ଏହି ଅଞ୍ଚଳରେ ବାରମ୍ବାର ଏହିଭଳି ବଡ଼ ଧରଣର ଚୋରୀ ହେଉଥିଲେ ସୁଦ୍ଧା ସୁଦ୍ଧା ସ୍ଥିତି ସୁଧୁରିନି । ଗତ କାଲିର ଘଟରାକୁ ନେଇ ଏବେ ବୈରାଗୀ କଲୋନୀରେ ଲୋକେ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

  • Tags:

Subscribe

National International State Sports Entertainment