ରାଉରକେଲା: ୧୦୮୦ ଲିଟର ଚୋରା ମଦ ସହ ବୋଲେରୋ ଜବତ
Khabar Odisha:Liquor-Seized-from-Rourkela
ଭୁବନେଶ୍ୱର, ଏପ୍ରିଲ ୦୩ (ଖବର ଓଡ଼ିଶା):

ରାଉରକେଲାରୁ ଜବତ ହେଲା ବିପୁଳ ପରିମାଣର ଚୋରା ମଦ । ବିପୁଳ ପରିମାଣର ୧୦୮୦ ଲିଟର ମଦ ସହ ଗୋଟିଏ ବୋଲେରୋ ଜବତ ।
ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ମହାନଗରରେ ବିପୁଳ ପରିମାଣର ଚୋରା ମଦ ଜବତ ହୋଇଛି । ସକାଳ ୭ଟା ସମୟରେ ରାଉରକେଲାର ଉଦିତନଗର ଓଭରବ୍ରିଜରେ ଚୋରା ମଦ ଗୋଟିଏ ବୋଲେରୋ ଗାଡ଼ି ଜବତ ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଅବକାରୀ ବିଭାଗ ଚଢାଉ କରି ଘଟଣାସ୍ଥଳରୁ ପ୍ରାୟ ୧୦୮୦ ଲିଟର ମଦ ଜବତ କରିଛି । ବେଆଇନ ଭାବେ ବିଶ୍ରା ଥାନାଠାରୁ ପ୍ରାୟ ୩୦ କିଲୋମିଟର ଦୂରସ୍ଥ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳ ଅଙ୍କୁରପାଲି କାରିଛାପଲରେ ମଦ ପ୍ରସ୍ତୁତ କରାଯାଇ ରାଉରକେଲାର ବାସନ୍ତୀ କଲୋନିର ମାଲଗୋଦାମ ବସ୍ତିକୁ ଆସୁଥିଲା। ବିପୁଳ ପରିମାଣର ମଦ ସହ  ବୋଲେରୋ (ନଂ- ଓଆର୍ ୧୪ କ୍ୟୁ-୭୪୯୩) ଜବତ ହେଇଛି। ମାତ୍ର ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିବା ଜଣାପଡ଼ିଛି ।

  • Tags:

Subscribe

National International State Sports Entertainment