ସୀମା ଟପିଲାଣି ଗଞ୍ଜେଇ କାରବାର: କୋରାପୁଟ ପାଲଟିଛି ହବ୍‌, କୋଟିଏ ଟଙ୍କାର ସବୁଜ ଜହର ଜବତ୍‌
Khabar Odisha:Koraput-has-become-a-hub-seizes-Rs-one-crore-green-poison

ଜୟପୁର, ନଭେମ୍ବର ୧୬(ଖବର ଓଡ଼ିଶା): ରାଜ୍ୟରେ ସୀମା ଟପିଲାଣି ସବୁଜ ଜହର କାରବାର । ପ୍ରତିଦିନ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ଚୋରାଚାଲାଣ କରାଯାଉଛି । ରାଜ୍ୟରେ ଏବେ କୋରାପୁଟ ଜିଲ୍ଲା ଗଞ୍ଜେଇ ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି ।

ଆଜି ଜୟପୁର ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ୍ କରିଛି ସଦର ଥାନା ପୋଲିସ୍ । ଏନଏଚ୍ ୨୬ ଜୟପୁର ଘାଟି ନିକଟରୁ ବାହାର ରାଜ୍ୟକୁ ପ୍ରାୟ ଏକ ହଜାର କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଚାଲାଣ କରାଯାଉଥିବା ସମୟରେ, ଗଞ୍ଜେଇ ଜବତ୍ କରିବା ସହିତ ୨ ମାଫିଆଙ୍କୁ ଗିରଫ କରିଛି ପୋଲିସ୍ ।

ଏହି ବିପୁଳ ପରିମାଣର ସବୁଜ ଜହର ୟୁପି ଚାଲାଣ କରାଯାଉଥିଲା ବୋଲି ସଦର ଥାନା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

  • Tags:

Subscribe

National International State Sports Entertainment