ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସ ଗିରଫ, ମୋଟ୍ ୫ କୋଟି ୭ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ଜଳେଶ୍ୱର, ଜୁନ ୧୯(ଖବର ଓଡିଶା): Share story: ଗିରଫ ହେଲେ ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସ । ଅଚଳାଚଳ ସମ୍ପତ୍ତିର ମାଲିକ ହେଉଛନ୍ତି ଜଳେଶ୍ୱର ବିଡିଓ ଅଶ୍ୱିନୀ ଦାସ । ତେବେ ଗିରଫ ପରେ ତାଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ତେବେ ତାଙ୍କ ନିକଟରୁ ୫ କୋଟି ୭ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି । କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ୨୪ଟି ପ୍ଲଟ ଭିଜିଲାନ୍ସ ଠାବ କରିଛି । କଟକ ଜିଲ୍ଲା ବୟାଳିଶ ମୌଜାରେ ୧.୨୨ କଟି ମୂଲ୍ୟର କୋଠା ଠାବ କରିଛି ଭିଜିଲାନ୍ସ । ସେହିପରି ୪୧ ଲକ୍ଷ ଟଙ୍କାର ୪ଟି ଦାମୀ ଗାଡି ସହି ୩ଟି ଦୁଇ ଚକିଆ ଯାନ ଠାବ ହୋଇଛି । ୧.୭ ଲକ୍ଷ ଟଙ୍କା, ୧ କେଜି ସୁନା ଓ ୩ କେଜି ୬୩୨ ଗ୍ରାମର ରୂପା ଅଳଙ୍କାର ମଧ୍ୟ ଠାବ ହୋଇଛି । ୭୩ ଲକ୍ଷ ୯୧ ହଜାର ଟଙ୍କାର ବ୍ୟାଙ୍କ ଇନସୁରାନ୍ସ ଜମା ଠାବ ହୋଇଛି । ଖବର ଓଡ଼ିଶା, Reporter, 18/06/2022