ଉତ୍ତରପ୍ରଦେଶ, ବନ୍ଦ ଘରୁ ଗୋଟିଏ ପରିବାରର ପାଞ୍ଚଜଣଙ୍କ ମୃତଦେହ ଉଦ୍ଧାର
Khabar Odisha:In-Uttar-Pradesh-the-bodies-of-five-members-of-a-family-were-recovered-from-a-locked-house
ଉତ୍ତରପ୍ରଦେଶ, ଏପ୍ରିଲ ୨୫( ଖବର ଓଡ଼ିଶା):

ଉତ୍ତରପ୍ରଦେଶର ଏଟା ଜିଲ୍ଲାର ନାଗର କୋଟୱାଲୀ ଅଞ୍ଚଳର ଏକ ଘରୁ ପାଞ୍ଚ ଜଣଙ୍କ ମୃତଦେହ ମିଳିବା ପରେ ଏହି ସମଗ୍ର ରାଜ୍ୟରେ ଏହା ଚାଞ୍ଚଲ୍ୟ ଖେଳିଯାଇଛି । ଶନିବାର ସ୍ଥାନୀୟ ଲୋକମାନଙ୍କ ଠାରୁ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଶିଶୁଙ୍କ ସମେତ ପାଞ୍ଚ ଜଣଙ୍କ ମୃତଦେହ କଲୋନୀରେ ଥିବା ଏକ ବନ୍ଦ ଘରୁ ଉଦ୍ଧାର କରିଛି ।

ଏଭଳି ଏକ ଚାଞ୍ଚଲ୍ୟ ମାମଲା ସାମ୍ନାକୁ ଆସିବା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଗୋଟିଏ ପରିବାରର 5 ଜଣଙ୍କ ମୃତଦେହ ଗୋଟିଏ ଘରେ ମିଳିଛି। ଏଥିମଧ୍ୟରେ ଦୁଇ ଶିଶୁ ଏବଂ ଦୁଇ ଜଣ ମହିଳା ଅଛନ୍ତି।

ପୋଲିସ ଫାଟକ ଭାଙ୍ଗି ମୃତଦେହକୁ ଜବତ କରିଥିବାବେଳେ । ଫୋରେନସିକ୍ ଏବଂ କୁକୁର ସ୍କ୍ୱାର୍ଡ ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସମଗ୍ର ଦେଶରେ ଲକଡାଉନ ପଡିଥିବା ବେଳେ ଘରେ ଥିବା ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ମୃତ୍ୟୁ କିଭଳି ହେଲା ସେ ନେଇ ତଦନ୍ତ କରୁଛି ପୋଲିସ।

  • Tags:

Subscribe

National International State Sports Entertainment