ପାରିବାରିକ କଳହର କରୁଣ ପରିଣତି : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା
Khabar Odisha:Husband-committed-suicide-after-killed-wife
ଖବର ଓଡିଶା : 22/03/2023

ମାତ୍ର ବର୍ଷେ ତଳେ ଗଢ଼ିଥିଲେ ସଂସାର। ପରସ୍ପରକୁ ଭଲ ଭାବେ ବୁଝିବା ପୂର୍ବରୁ ପାରିବାରିକ କଳହ ଯୋଗୁ ଉଜୁଡ଼ିଗଲା ସଂସାର। ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ କରିଛି ଆତ୍ମହତ୍ୟା | ଏପରି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଦମକୁଡା ଗାଁରେ । ମୃତକ ଦମ୍ପତି ହେଲେ ଦମକୁଡ଼ା ଗାଁର ହେମନ୍ତ ଦଣ୍ଡସେନା ଓ ତାଙ୍କ ପତ୍ନୀ ରେଶମା। ସୂଚନା ଅନୁସାରେ, ଦମକୁଡ଼ା ଗାଁର ହେମନ୍ତ ଦଣ୍ଡସେନା ଓ ତା ସ୍ତ୍ରୀ ବର୍ଷେ ପୂର୍ବେ ବାହା ହୋଇଥିଲେ । ହେମନ୍ତ ଗୋଆ ଦାଦନ ଖଟିବାକୁ  ଯାଇ ହୋଲି ବେଳକୁ ଘରକୁ ଫେରିଥିବା ବେଳେ ସ୍ତ୍ରୀ ଶାଶୁ ଏବଂ ନଣନ୍ଦଙ୍କ ସହିତ ରହୁଥିଲା । ଉକ୍ତ ସମୟରେ ରେଶମା ନିଜ ଶାଶୁ, ନଣନ୍ଦଙ୍କ ସହ ରହୁଥିଲେ। ଗତ ହୋଲିରେ ହେମନ୍ତ ଘରକୁ ଫେରିଥିଲେ। ଏହାପରେ ଉଭୟ ପତିପତ୍ନୀ ପରିବାରଠାରୁ ଅଲଗା ହୋଇ ରହୁଥିଲେ। ଗତକାଲି କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଲା ପରେ ହେମନ୍ତ ରାଗରେ ସ୍ତ୍ରୀ ଶୋଇଥିବା ବେଳେ ତକିଆ ରେ ଚିପି ତାକୁ ହତ୍ୟା କରି ନିଜେ ଦଉଡି ଦେଇ ଆତ୍ମହତ୍ୟା କରିଛି । ରାତିରେ ଘଟଣା ଜାଣିବା ପରେ ପୋଲିସ ପହଞ୍ଚି ତଦନ୍ତ କରିଛି ।

Subscribe

National International State Sports Entertainment