ଖୋର୍ଦ୍ଧାରୁ ବିପୁଳ ପରିମାଣର ଦେଶୀ ମଦ ଜବତ୍ , ଜଣେ ଗିରଫ
Khabar Odisha:Huge-quantities-of-Local-liquor-seized-from-Khordha-one-arrested

ଖୋର୍ଦ୍ଧା, ସେପ୍ଟେମ୍ବର ୧୯ (ଖବର ଓଡ଼ିଶା): ପୁରା ରାଜ୍ୟରେ ଏବେ ଖୁଲମଖୁଲା ଚାଲିଛି ଦେଶୀ ମଦ କାରବାର । ଏମିତି କି ରାଜଧାନୀ ନିକଟରେ ବି ପୋଲିସ୍ ନାକ ତଳେ ଚାଲିଛି ଦେଶୀ ମଦ ବେପାର । 

ସୂଚନା ଅନୂସାରେ ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଜରିପଡା ଗାଁରୁ ବିପୁଳ ପରିମାଣର ଦେଶୀ ମଦ ଜବତ୍ କରାଯାଇଛି । 

ଏହି ଅଞ୍ଚଳରେ ଦୀଘଁ ଦିନରୁ ଚୋରା ମଦ କାରବାର ଚାଲିଥିବା ବେଳେ ଅଭିଯୋଗ ପରେ ପୋଲିସ୍ ଚଢାଉ କରି ପ୍ରାୟ ୧୭୫ ବୋତଲ ଦେଶୀ ମଦ ଜବତ୍ କରିଛି ।

ଏହି ମାମଲାରେ ଟାଙ୍ଗୀ ଥାନା ପୋଲିସ୍ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ ଜବତ୍ ହୋଇଥିବା ଦେଶୀ ମଦର ଆନୁମାନିକ ବଜାର ବୂଲ୍ୟ ୩୫ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି । 

ଗିରଫ ମଦ ମାଫିଆ ବିରୋଧରେ ମାମଲା ରୁଜୁ କରି ଟାଙ୍ଗୀ ଥାନା ପୋଲିସ୍ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

  • Tags:

Subscribe

National International State Sports Entertainment