ଲକ୍‌ଡାଉନ୍ ବେଳେ ଚାଲାଣ ହେଉଥିଲା ଦେଶୀ ମଦ, ୩ ହଜାର ଲିଟର ଦେଶୀ ମଦ ଜବତ୍ କଲା ପୋଲିସ୍‌
Khabar Odisha:Huge-Amount-Of-Local-Liquor-Seized-in-Baleswar

ସୋର, ମେ ୧୪ (ଖବର ଓଡ଼ିଶା): ରାଜ୍ୟରେ ଚୋର ବଦ କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଲକ୍‌ଡାଉନ୍ ସମୟରେ ବି ମଉକା ଛାଡୁ ନାହାନ୍ତି ମଦ ବେପାରୀ । ଲକ୍‌ଡାଉନ୍ ସମୟରେ ବି ଚାଲାଣ ହେଉଥିଲା ଦେଶୀ ମଦ । 

ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ସୋର ଅନ୍ତର୍ଗତ ସିମୁଳିଆ ଥାନା ଅନ୍ତର୍ଗତ ଭଗିଆ ପୋଲ ନିକଟରେ ଅବକାରୀ ବିଭାଗ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣ ଦେଶୀ ମଦ ଜବତ୍ କରିଛି । ଏହି ସ୍‌ତାନରେ ଅନେକ ସମୟରେ ଦେଶୀ ମଦ ଚୋରା ଚାଲାଣ କରାଯାଉଥିବା ଖବର ପାଇ ଅବକାରୀ ବିଭାଗ ଚଢାଉ କରି ପ୍ରାୟ ୩ ହଜାର ଲିଟରର ଦେଶୀ ମଦ ଜବତ୍ କରିଛି ।

ଏହି ଘଟଣାରେ ଅବକାରୀ ବିଭାଗ ଦ୍ୱାରା ଜଣେ ଦେଶୀ ମଦ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରାଯାଇଛି ।

  • Tags:

Subscribe

National International State Sports Entertainment