ଏନକାଉଣ୍ଟର ପରେ ହାଇଦର ଅବସ୍ଥା ସଙ୍କଟାପନ୍ନ
Khabar Odisha:Haiders-condition-is-critical-after-the-encounter

ବାଲେଶ୍ୱର, ଜୁଲାଇ ୨୪ (ଖବର ଓଡ଼ିଶା): କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର କୁ ଆଜି ବାରିପଦା ଜେଲ ନିଆଯାଉଥିବା ବେଳେ ଏନକାଉଣ୍ଟର କରାଯାଇଛି । ପୋଲିସ୍ କବଜ୍‌ା ରୁ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ହାଇଦରକୁ ଏନକାଉଣ୍ଟର କରାଯାଇଥିଲା । 

ଏହାପରେ ହାଇଦର କୁ ଚିକିତ୍ସା ପାଇଁ ବାଲେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଥିବା ବେଳେ ବର୍ତ୍ତମାନ ହାଇଦରର ଅବସ୍ଥା ସଙ୍କଟାପନ୍ନ ରହିଥିବା ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଏନକାଉଣ୍ଟର ସମୟରେ ହାଇଦରର ପେଟରେ ଗୁଳି ବାଜିଥିବା ବେଳେ ଅଧିକ ରକ୍ତ ସ୍ରାବ ଯୋଗୁଁ ହାଇଦରର ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି । ଅତି ସଙ୍କଟାପନ୍ନ ଅବସ୍ଥାରେ ବର୍ତ୍ତମାନ ହାଇଦର ର ଚିକିତ୍ସା ଜାରି ରହିଛି ।

ବର୍ତ୍ତମାନ ଯୁଦ୍ଧ କାଳୀନ ଭିତ୍ତିରେ ହାଇଦରର ଚିକିତ୍ସା ଜାରି ରହିଥିବା ବେଳେ ଗ୍ୟାଙ୍ଗଷ୍ଟାର ହାଇଦର ଅବସ୍ଥା ସୁଧୁରୁ ନଥିବା ହାଇଦର ଚିକିତ୍ସାରେ ଥିବା ଡାକ୍ତର ସୂଚନା ଦେଇଛନ୍ତି । 

ତେବେ ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ନିଆଯିବା ବେଳେ ପରିସ୍ରା କରିବା ବାହାନାରେ ଗ୍ୟାଙ୍ଗଷ୍ଟାର ହାଇଦର ନିଜ ଶକ୍ତି ପ୍ରଦର୍ଶନ କରିଥିଲା ଯାହାଫଳରେ ତାଙ୍କୁ ପୁଲିସ ଏନକାଉଣ୍ଟର କରିଛି ବୋଲି ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।

  • Tags:

Subscribe

National International State Sports Entertainment