ସରକାରୀ କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର
Khabar Odisha:Govt-employee-found-dead-in-Rayagada
ରାୟଗଡା, ଜୁଲାଇ ୩୦ (ଖବର ଓଡ଼ିଶା):

ରାୟଗଡା ସହର ସ୍ଥିତ ଅରବିନ୍ଦ ନଗରରେ ଏକ ସରକାରୀ କ୍ୱାଟର ଭିତରୁ ଜଣେ ସରକାରୀ କର୍ମଚାରୀଙ୍କ ମୃତ ଉଦ୍ଧାର କରାଯାଇଛି । ମୃତ କର୍ମଚାରୀ ଜଣକ ହେଉଛନ୍ତି ଜଳ ଛାୟା ବିଭାଗ କାର୍ଯ୍ୟାଳୟର ସିନିଅର କ୍ଲର୍କ ଡି ଭି ଏସ ନେହେରୁ । ସେ ଗତ କିଛିଦିନ ତଳେ ବିଶାଖାପାଟଣାରୁ ଆସି ଏହି କ୍ୱାଟରରେ ରହୁଥିଲେ । ଗତ ଦୁଇଦିନ ତଳେ ତାଙ୍କ କ୍ୱାର୍ଟର ଭିତରୁ ଦୁର୍ଗନ୍ଧ ବହାରିବାରୁ ସାହି ଲୋକେ ଝରକା ପଟୁ ତାଙ୍କ ଗଳିତ ମୃତ ଦେହ ଦେଖିଥିଲେ । ତେବେ ଦୁଇ ଦିନ ପରେ ଆଜି ପରିବାର ଲୋକେ ଆସିବାରୁ ପୋଲିସ ପହଂଚି କବାଟ ଭାଙ୍ଗି ମୃତ ଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ଦୁଇ ଦିନ ପର୍ଯ୍ୟନ୍ତ ମୃତଦେହ ପଡି ରହିଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ପୋଲିସ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

  • Tags:

Subscribe

National International State Sports Entertainment