ଖବର ଓଡିଶା : 04/02/2023
ନବ ଦାସ ହତ୍ୟା ମାମଲାରେ ଆଉ ୪ ଦିନ ରିମାଣ୍ଡରେ ଯିବ ଅଭିଯୁକ୍ତ ଗୋପାଳ । ରିମାଣ୍ଡରେ ନେବା ପାଇଁ ଝାରସୁଗୁଡା ଜେଏମଏଫସି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ତେବେ କ୍ରାଇମବ୍ରାଞ୍ଚ ୯ ଦିନ ପାଇଁ ଗୋପାଳକୁ ରିମାଣ୍ଡରେ ନେବାକୁ ଅନୁମତି ମାଗିଥିଲା । ହେଲେ କୋର୍ଟ କେବଳ ୪ ଦିନ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ୪ଦିନିଆ ରିମାଣ୍ଡ ସମୟ ଆଜି ଶେଷ ହେବାକୁ ଯାଉଥିବା ବେଳେ କ୍ରାଇମବ୍ରାଞ୍ଚ ଆଉ ୯ ଦିନ ପାଇଁ ଗୋପାଳକୁ ରିମାଣ୍ଡରେ ନେବାକୁ ଅନୁମତି ମାଗିଥିଲା । ତେବେ ପ୍ରଥମ ରିମାଣ୍ଡର ଶେଷ ଦିନରେ ଗୋପାଳ କ୍ରାଇମବ୍ରାଞ୍ଚକୁ ବହୁ ଗୁରୁତ୍ୱପୂର୍ଣ୍ଣ କଥା କହିଥିବା ଜଣାପଡିଛି । ତିନି ଦିନ କ୍ରାଇମବ୍ରାଞ୍ଚ ଏଡିଜି ଜେରା କରିବାବେଳେ ଅଭିଯୁକ୍ତ ଗୋପାଳ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି । ଯାହାକୁ ଆଧାର କରି ତଦନ୍ତ କରୁଛନ୍ତିି କ୍ରାଇମବ୍ରାଞ୍ଚ ଟିମ୍ । ଗୋପାଳର କଥା ଅନୁସାରେ ପାଇଖାନା ଟାଙ୍କି ଖୋଳି ଚିରା ଚିଠି ବାହାର କରାଯାଇଛି । ଗତକାଲି ଗୋପାଳ ରହୁଥିବା ସରକାରୀ କ୍ୱାଟର୍ସକୁ ଯାଇ ଯାଞ୍ଚ କରିଥିଲା କ୍ରାଇମବ୍ରାଞ୍ଚ ଟିମ।