ରକ୍ତ ସମ୍ପର୍କରେ ଲାଗିଲା କଳଙ୍କ, ବାପା ଓ ସାନପୁଅଙ୍କ ଆକ୍ରମଣରେ ଚାଲିଗଲା ବଡପୁଅର ଜୀବନ ବୌଦ୍ଧ, ଅଗଷ୍ଟ ୧୧(ଖବର ଓଡିଶା): Share story: ରକ୍ତ ସମ୍ପର୍କରେ ଲାଗିଲା କଳଙ୍କ । ବାପା ଓ ସାନପୁର ଆକ୍ରମଣରେ ଚାଲିଗଲା ବଡଭାଇର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ପୁରଣାକଟକ ଥାନା ଲୁଣିବାହାଲ ଗାଁରେ । ସୂଚନା ଅନୁସାରେ, ବାପା ଓ ସାନପିଅ ମିଶି ବଡପୁଅକୁ ହତ୍ୟା କରିଛନ୍ତି । ବିନ ଦ୍ୱିପହରରେ ବଜାରରେ ଗୋଡାଇ ଗୋଡାଇ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି । ମୃତକ ହେଉଛନ୍ତି ଯୁବରାଜପୁର ଗାଁର ଝରିଆ ବାରିକ । ଅଭିଯୁକ୍ତ ଦୁଇ ଜଣ ହେଲେ ସୁବାଷ ବାରି ଓ ତାଙ୍କ ସାନପୁଅ ଅଶିତ ବାରିକ । ଜମିବାଡି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି । ଏହାସହିତ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ମଧ୍ୟ ଜଣାପଡିଛି । ଖବର ଓଡ଼ିଶା, Reporter, 11/08/2022