ଡେଲିଭରୀ ବୟ ପତିତପାବନ ନିଖୋଜ ଘଟଣାରେ ନୂଆ ଟ୍ୱିଷ୍ଟ, ନିଜେ ରଚିଥିଲା ଅପହରଣ ନାଟକ
Khabar Odisha:Delivery-Boy-New-Twist-in-Fallen-Missing-Incident-Own-Kidnapping-Drama
ଭୁବନେଶ୍ୱର, ସେପ୍ଟେମ୍ବର ୧୪(ଖବର ଓଡିଶା):

ଭୁବନେଶ୍ୱର ଉପକଣ୍ଠ ଧଉଳି ଡେଲିଭରୀ ବୟ ପତିତପାବନ ପୃଷ୍ଟି ଅପହରଣ ଘଟଣା । ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ । ପତିତପାବନ ଜଣେ ଯୁବତୀଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି । ତେବେ ପତିତପାବନ ଗୋପ ଥାନା ବେଦପୁର ଗାଁର ଜଣେ ଯୁବତୀଙ୍କୁ ଅପହରଣ କରିଥିବା ଅଭିଯୋଗ ଆସିଛି । ଏନେଇ ଯୁବତୀଙ୍କ ପରିବାର ଲୋକେ ଗୋପ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ନିଖୋଜ ଯୁବତୀଙ୍କ ପତିତପାବନଙ୍କ ସହ ସମ୍ପର୍କ ଥିବା ସୂଚନା ମିଳିଛି । 

ସେପଟେ ମଧ୍ୟପ୍ରଦେଶର ରେଳ ଷ୍ଟେସନରେ ପତିତପାବନକୁ ଠାବ କରିଛି ପୋଲିସ । ପତିତପାବନ ସହ ଅନ୍ୟ ଜଣେ ଯୁବତୀଙ୍କୁ ମଧ୍ୟ ପୋଲିସ ଠାବ କରିଛି । ବର୍ତ୍ତମାନ ପତିତପାବନକୁ ଭୁବନେଶ୍ୱର ଆଣିବା ପାଇଁ ଏକ ଟିମ୍ ମଧ୍ୟପ୍ରଦେଶ ଯାଇଛି । ତେବେ ପତିତପାବନକୁ ଛୁରା ମାଡ ଓ ଅପହରଣ କଥା ଗୋଟିଏ ନାଚକ ଥିଲା । ଏବେ ପୂରା ଘଟମା ସାମ୍ନାକୁ ଆସିଛି । ଆଉ ଜଣେ ଯୁବତୀଙ୍କୁ ପତିତପାବନ ଭଲ ପାଉଥିଲା । ଆଉ ସେହି ଯୁବତୀଙ୍କୁ ନେଇ ଫେରାର ହେବା ପାଇଁ ଏହି ନାଟକ ରଚିଥିଲା ପଚିତପାବନ । ତେବେ ପତିତପାବନକୁ ପଚରାଉଚରା ପରେ ଘଟଣାରୁ ପରଦା ଉଠିବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି । 

ସୂଚନା ଅନୁସାରେ, ରବିବାର ଧଉଳି ଥାନା ଅଞ୍ଚଳରୁ ଜଣେ ଡେଲିଭରୀ ଯୁବକଙ୍କୁ ଅପହରଣ କରାଯାଇଥିବାର ଅଭିଯୋଗ ହୋଇଥିଲା । ଏନେଇ ଯୁବକଙ୍କ ପରିବାରକୁ ଏକ ଭଏସ ମେସେଜ ଆସିଥିଲା । ଯୁବକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଦୟାନଦୀ ରାସ୍ତାରେ ଅପହୃତ ଯୁବକଙ୍କ ଗଞ୍ଜି, ବ୍ୟାଗ ଓ ଚପଲ ସହ ଛୁରୀ ମଧ୍ୟ ପଡିଥିଲା । ପରେ ପୋଲିସ ପତିତପାବନରର ମୋବାଇଲ ଯାଞ୍ଚ ଆରମ୍ଭ କରିଥିଲା ।

  • Tags:

Subscribe

National International State Sports Entertainment