ଲଜ୍ଜା: ଚଳନ୍ତା କାର୍‌ରେ ମା’-୬ବର୍ଷୀୟ ଝିଅଙ୍କୁ ଗଣଦୁଷ୍କର୍ମ, କେନାଲରେ ଫିଙ୍ଗି ଚାଲିଗଲେ ଅଭିଯୁକ୍ତ
Khabar Odisha:Crime-Woman-and-her-6-years-old-daughter-gangraped-in-moving-car-in-Uttrakhand

ରୁରୁକୀ, ଜୁନ୍ ୨୭ (ଖବର ଓଡ଼ିଶା): ଉତ୍ତରାଖଣ୍ଡର ହରିଦ୍ୱାରରେ ଲଜ୍ଜାଜନକ ଘଟଣା ଲୋକଲୋଚନକୁ ଆସିଛି । ରୁରୁକୀରେ ଜଣେ ମହିଳା ଓ ତାଙ୍କ ୬ ବର୍ଷୀୟ ଶିଶୁକନ୍ୟାକୁ ଗଣଦୁଷ୍କର୍ମ କରାଯାଇଛି । ପୋଲିସ ରବିବାର କହିଛି ଜଣେ ବ୍ୟକ୍ତି ଓ ତା’ର ବନ୍ଧୁ କାରରେ ଲିଫ୍ଟ ଦେଇ ଗଣଦୁଷ୍କର୍ମ କରିଛନ୍ତି । 

ପୋଲିସ କହିବା ଅନୁସାରେ ମହିଳା ଜଣକ ନିଜର ଝିଅ ସହ ନିଜର ଧାର୍ମିକ ସ୍ଥଳୀ ପିରାନରୁ ଘରକୁ ଫେରୁଥିଲେ । ସେହି ସମୟରେ ସୋନୁ ନାଁରେ ଜଣେ ବ୍ୟକ୍ତି ତାଙ୍କୁ କାର୍‌ରେ ଲିଫ୍ଟ ଦେଇଥିଲେ । ପୋଲିସ ଅଧୀକ୍ଷକ (ଗ୍ରାମାଞ୍ଚଳ) ପ୍ରେମେନ୍ଦ୍ର ଡୋଭାଲ କହିଛନ୍ତି ଯେ, ସେହି ବ୍ୟକ୍ତିଙ୍କର କିଛି ସାଙ୍ଗ କାର୍ ଭିତରେ ପୂର୍ବରୁ ବସିଥିଲେ । ମହିଳାଙ୍କ ଅଭିଯୋଗ ଅନୁସାରେ ସୋନୁ ଓ ତା’ର ସାଙ୍ଗମାନେ ଚଳନ୍ତା କାର ଭିତରେ ଦୁଷ୍କର୍ମ କରିଥିଲେ । ସେହିଭଳି ଶିଶୁକନ୍ୟା ସହ ମଧ୍ୟ କଥିତ ଭାବେ ଦୁଷ୍କର୍ମ କରିଥିଲେ । ଏହା ପରେ କେନାଲରେ ଫିଙ୍ଗି ଦେଇ ଚାଲିଯାଇଥିଲେ । ମହିଳା ଜଣକ ଯେକୌଣସି ପ୍ରକାରରେ ଥାନାକୁ ପହଞ୍ଚି ଏତଲା ଦେଇଥିଲେ । 

 

  • Tags:

Subscribe

National International State Sports Entertainment