ରାଜପଥରେ ମା’-ଝିଅଙ୍କୁ କରିଥିଲା ଦୁଷ୍କର୍ମ, ଏନକାଉଣ୍ଟରରେ ଅଭିଯୁକ୍ତର ମୃତ୍ୟୁ
Khabar Odisha:Crime-UP-Bulandshahar-highway-mother-daughter-gang-rape-2016-accused-bablu-encounter-death-STF-CBI-crime

ବୁଲନ୍ଦସହର, ଜୁଲାଇ ୦୪ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ନୋଏଡା ଟିମ ଆଲିଗଡ଼ ରାଜପଥରେ ଗଣଦୁଷ୍କର୍ମ ଘଟଣା ସହିତ ଜଡ଼ିତ କୁଖ୍ୟାତ ଅପରାଧୀ ବବଲୁକୁ ଏନକାଉଣ୍ଟରରେ ନିହତ କରିଛି । ବବଲୁ ନିଜର ସହଯୋଗୀମାନଙ୍କ ସହିତ ୨୦୧୬ରେ ଜାତୀୟ ରାଜପଥରେ ଲୁଟର ଏକ ବଡ଼ ଘଟଣା ସହିତ ଜଡ଼ିତ ଥିଲା । ଏତି ସହିତ ବବୁଲର ଗ୍ୟାଙ୍ଗ ମା’-ଝିଅଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏହି ଘଟଣା ସେହି ସମୟରେ ଦେଶରେ ଚର୍ଚ୍ଚାର ପରିସରକୁ ଆସିଥିଲା । 

ଜୁଲାଇ ୨-୩ ରାତି ନୋଏଡା ଏସଟିଏଫ ଟିମକୁ ବବୁଲ ବୁଲୁଥିବା ସଂପର୍କରେ ସୂଚନା ମିଳିଥିଲା । ଟିମ ଆଲିଗଡ଼ ରାଜପଥରେ ପହଂଚିଥିଲା । ଏହାପରେ ଟିମ ବବଲୁ ଉପରକୁ ଏନକାଉଣ୍ଟର କରିଥିଲା । ବବଲୁକୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତରଖାନାରେ ତାକୁ ଡାକ୍ତର ମୃତ ଘୋଷଣା କରିଥିଲେ । 

ଇବଲୁ ନାଁରେ ଆଲିଗଡ଼ ଓ ବୁଲନ୍ଦସହରରେ ୧୦ଟି ସଂଗୀନ ମାମଲା ଅଛି । ସେ ପୋଲିସର ତାଲିକାରେ ଥିଲା । ତାର ଉପରେ ଆଲିଗଡ଼ରେ ୫୦ ହଜାର ଓ ବୁଲନ୍ଦସହରରେ ୫ ହଜାର ଟଙ୍କା ଘୋଷଣା ହୋଇଥିଲା । ବବଲୁ ଓ ତାର ସହଯୋଗୀମାନେ ରାଜପଥରେ ଗାଡ଼ରି ଟାୟାର ପଂଚର କରି ଲୁଟ ଓ ମହିଳାଙ୍କ ସହିତ ଦୁଷ୍କର୍ମ କରୁଥିଲେ । ବବଲୁ ଓ ତାର ସହଯୋଗୀମାନେ ବର୍ଷ ୨୦୧୬ରେ ବୁଲନ୍ଦସହରରେ ରାଜପଥ୯୧ରେ ମା’-ଝିଅଙ୍କୁ ଦୁଷ୍କର୍ମ କରିଥିଲେ । 

 

  • Tags:

Subscribe

National International State Sports Entertainment