ସୁଶୀଳ କୁମାରଙ୍କୁ ଜେଲରେ ଦରକାର ପ୍ରୋଟିନ ଡାଇଟ୍‌, ଆବେଦନ ମାଧ୍ୟମରେ କୋର୍ଟରେ କଲେ ଦାବି
Khabar Odisha:Crime-Sushil-Kumar-needs-protein-diet-even-in-Jail-asks-court-to-fulfill-demands

ନୂଆଦିଲ୍ଲୀ, ଜୁନ ୦୬ (ଖବର ଓଡ଼ିଶା): ସାଗର ଧଡ଼କନ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅଲମ୍ପିକ ପଦକ ବିଜେତା ସୁଶୀଳ କୁମାର ଜେଲରେ ଥାଇ ଅନ୍ୟ କଏଦୀଙ୍କ ଠାରୁ ଭିନ୍ନ ମନେ କରୁଛନ୍ତି । ସୁଶୀଳଙ୍କ ଭାବମୂର୍ତ୍ତିରୁ ଏହା ଜଣାପଡୁଛି । କାରଣ ସେ କୋର୍ଟରେ ଆବେଦନ କରିଥିବା ଦାବି ଅନୁସାରେ ତାଙ୍କୁ ପ୍ରୋଟିନ୍ ଡାଇଟ୍ ଦରକାର । 

କୁଖ୍ୟାତ ଗ୍ୟାଙ୍ଗଷ୍ଟର କାଲା ଜଠେଡିଙ୍କ ଠାରୁ ସୁଶୀଳ ଜେଲରେ ନିଜର ସୁରକ୍ଷା ବଢ଼ାଇବା ଏବଂ ଏକାକୀ ରହିବାକୁ କୋର୍ଟରେ ଦାବି କରିଛନ୍ତି । ସୁଶୀଳ କୁମାର ଗ୍ୟାଙ୍ଗଷ୍ଟର କାଲା ଝଟହେଡି ଓ ନୀରଜ ବୱାନାଙ୍କ ସଂପର୍କରେ ଥିଲେ । ଅଭିଯୋଗ ଅନୁସାରେ ସୁଶୀଳ ହିଁ ଝଟହେଡୀ ଓ ନୀରଜ ବୱାନାଙ୍କୁ ସୂଚନା ପ୍ରଦାନ କରୁଥିଲେ । 

ପୋଲିସ କହିବା ଅନୁସାରେ ୨୦୧୮ରୁ ସୁଶୀଳ ଓ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା । କିନ୍ତୁ ସାଗର ଧନକନର ହତ୍ୟା ସମୟରେ ସୁଶୀଳ ନୀରଜ ବୱାନା ଓ ଓସୌଡା ଗ୍ୟାଙ୍ଗର ସାହାଯ୍ୟ ନେଇ କାଲା ଝଟହେଡୀର ପୁତୁରା ସୋନକୁ ମଧ୍ୟ ମାଡ଼ମାରିଥିଲେ । ଫଳରେ ଝଟହେଡୀ ଓ ସୁଶୀଲଙ୍କ ମଧ୍ୟରେ ଥିବା ସଂପର୍କରେ ତିକ୍ତତା ଦେଖାଯାଇଥିଲା । 

 

  • Tags:

Subscribe

National International State Sports Entertainment