ରାଜସ୍ଥାନ: ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସରକାରୀ ଶିକ୍ଷକ ଗିରଫ
Khabar Odisha:Crime-Govt-school-teacher-arrested-for-raping-class-sixth-minor-girl-and-getting-her-pregnant

ଯୋଧପୁର, ଜୁନ ୧୧ (ଖବର ଓଡ଼ିଶା): ରାଜସ୍ଥାନର ଯୋଧପୁର ଅଂଚଳରେ ଏକ ଲଜ୍ଜାଜନକ ଘଟଣା ଲୋକଲୋଚନକୁ ଆସିଛି । ସରକାରୀ ସ୍କୁଲର ଜଣେ ଶିକ୍ଷକ ଷଷ୍ଠ ଶ୍ରେଣୀରେ ପଢୁଥିବା ଛାତ୍ରୀକୁ ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ନାବାଳିକା ଜଣକ ଗର୍ଭବତୀ ହୋଇଛି । 

ପୋଲିସ କହିଛି ଷଷ୍ଠ ଶ୍ରେଣୀ ଛାତ୍ରୀ ଜଣେ ଶିକ୍ଷକଙ୍କ ଦ୍ୱାରା ବାରମ୍ବାର ଦୁଷ୍କର୍ମର ଶିକାର ହେବା ପରେ ଗର୍ଭବତୀ ହୋଇଛି । ଦୁଷ୍କର୍ମ ଅଭିଯୋଗରେ ପୋଲିସ ସଂପୃକ୍ତ ଶିକ୍ଷକଙ୍କୁ ଗୁରୁବାର ଗିରଫ କରିଛି । ଏହି ଘଟଣାର ଷଡ଼ଯନ୍ତ୍ରକାରୀ ତଥା ଶେରଗଡ଼ସ୍ଥିତ ସ୍କୁଲର ଅନ୍ୟ ଜଣେ ଶିକ୍ଷକଙ୍କୁ ପୋଲିସ ଖୋଜୁଛି । 

ଶେରଗଡ଼ ପୋଲିସ ଅଧିକାରୀ ରାଜୁ ରାମ ଚୌଧୁରୀ କହିଛନ୍ତି ଫେରାର ଶିକ୍ଷକଙ୍କୁ ଧରିବାରକୁ ତଲାସୀ ଅଭିଯାନ ଜାରି ରଖିଛି । ମୁଖ୍ୟ ଅଭିଯୁକ୍ତ ସୁରଜାରାମକୁ ଗୁରୁବାର ଗିରଫ କରାଯାଇଛି ବୋଲି ସେ କହିଛନ୍ତି । ଶେରଗଡ଼ର ମୋକମଗଡ଼ର ନୀମବାଡ଼ିରେ ସରକାରୀ ସ୍କୁଲର ଶିକ୍ଷକ ସୁରଜାରାମ ଗତ ମାର୍ଚ୍ଚ ମାସରେ ଛାତ୍ରୀକୁ ଦୁଷ୍କର୍ମ କରିଥିଲା । ଏହି ସମୟରେ ଅନ୍ୟ ଜଣେ ଶିକ୍ଷକ କୋଠରୀ ବାହାରେ ପହରା ଦେଉଥିଲେ । ଘଟଣା ସଂପର୍କରେ କାହାରିକୁ ନ କହିବା ପାଇଁ ଉଭୟ ନାବାଳିକା ଛାତ୍ରୀଙ୍କୁ ଧମକ ଦେଇଥିଲେ । 

 

 

  • Tags:

Subscribe

National International State Sports Entertainment