ଅମୃତସର, ମେ ୧୯ (ଖବର ଓଡ଼ିଶା): ଆଶ୍ରମରେ କଲଙ୍କ । ପଂଜାବ ପୋଲିସ ଦୁଇ ଜଣ ମହିଳାଙ୍କୁ ଦୁର୍ଷ୍କମ କରିବା ଅଭିଯୋଗରେ ଏକ ଆଶ୍ରମର ଦୁଇ ଜଣ ମୁଖ୍ୟଙ୍କୁ ଗିରଫ କରିଛି । ପୋଲିସ କହିଛି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଅତର୍କିତ ଭାବେ ଚଢ଼ାଉ କରିଥିଲା । ପୋଲିସ ଜଣେ ୨୫ ବର୍ଷୀୟ ଯୁବତୀ ଓ ଅନ୍ୟ ଜଣେ ୪୦ ବର୍ଷୀୟ ମହିଳାଙ୍କୁ ଉଦ୍ଧାର କରିଥିଲା ।
ପୋଲିସ କହିଛି ମହିଳାଙ୍କ ଅଭିଯୋଗ ଅନୁସାରେ କିଛି ଦିନ ପୂର୍ବରୁ ଆଶ୍ରମର ଦୁଇ ଜଣ ଶିଷ୍ୟ ସୁରଜ ନାଥ ଓ ନଛତ୍ତର ନାଥ ସେମାନଙ୍କୁ ଦୁର୍ଷ୍କମ କରିଥିଲେ । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ମାମଲା ରୁଜୁ ହୋଇଛି ।