ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ
Khabar Odisha:Crime-Odisha-Small-Brother-Killed-his-Elder-Brother
ନୂଆପଡ଼ା, ଫେବୃଆରୀ ୧୫ (ଖବର ଓଡ଼ିଶା):

ନୂଆପଡ଼ାରେ ଚାଞ୍ଚଲ୍ୟ । ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ ଘଟିଛି । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ୍ ସଦର ମହକୁମାରେ। 

ସୂଚନାନୁସାରେ, ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ୍ ସଦର ମହକୁମାରେ ସାନଭାଇର ଟାଙ୍ଗିଆ ଚୋଟରେ ବଡ଼ଭାଇ ପ୍ରାଣ ହରାଇଛି । ଗତକାଲି ବିଳମ୍ବିତ ରାତିରେ ବଡ଼ଭାଇ ଶିବ ହରପାଲ ଏବଂ ସାନଭାଇ ବିଦ୍ୟା ହରପାଲ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏପରିକି ଦୁହିଁଙ୍କ ମଧ୍ୟରେ ବଚସା ଓ ପରେ ରାସ୍ତା ଉପରେ ପରସ୍ପରକୁ ଆକ୍ରମଣ କରିଥିଲେ। ସାନ ଭାଇ ବିଦ୍ୟା ଉତକ୍ଷିପ୍ତ ହୋଇ ପାଖରେ ପଡ଼ିଥିବା ଏକ ଟାଙ୍ଗିଆରେ ବଡ଼ଭାଇ ଶିବ ଉପରକୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ଶିବ ହରପାଲର ମୃତ୍ୟୁ ଘଟିଛି। ଆଜି ଘଟଣାସ୍ଥଳରେ କୋମନା ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଏହା ସହ କୋମନା ପୋଲିସ ମୁଖ୍ୟ ଅଭିଯୁକ୍ତ ବିଦ୍ୟା ହରପାଲକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

  • Tags:

Subscribe

National International State Sports Entertainment