ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ
Khabar Odisha:Crime-Odisha-Husband-killed-his-wife-in-Bhadrak
ଭଦ୍ରକ, ଅଗଷ୍ଟ ୦୯(ଖବର ଓଡ଼ିଶା):

ବିବାହ କରି ସାତ ଜନମର ସାଥି ହୋଇ ରହିବା ପାଇଁ ଜଣେ ସ୍ତ୍ରୀ ନିଜ ସ୍ୱାମୀର ହାତ ଧରିଥାଏ । କିନ୍ତୁ ଆଜି ସେଇ ସ୍ୱାମୀ ନିଜ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ଆସିଛି । ଏହି ପାରିବାରିକ କଳହକୁ ନେଇ ଲୋକହର୍ଷକ ହତ୍ୟାକାଣ୍ଡ ଘଟିଛି ଭଦ୍ରକ ଜିଲ୍ଲାରେ ।

ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା କୋଠାର ଗାଁରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ସହ ବାସ କରନ୍ତୁ । ବିଭିନ୍ନ ସମୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ଓ ବଚସା ହୋଇଥାଏ । କିନ୍ତୁ ଆଜି କୈାଣସି କାରଣକୁ ନେଇ କଳହ ହୋଇଥିଲା । ଯାହା ଉଗ୍ର ରୂପ ଧାରଣ କରିଛି । ଫଳରେ ସ୍ୱାମୀ ରାଗିଯାଇ ନିଜ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । ଏହା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ମଧ୍ୟ ଜବତ କରିଛି । 

  • Tags:

Subscribe

National International State Sports Entertainment