ରାଜଧାନୀରେ ବନ୍ଧୁକ କାରବାର: ୨ ଗିରଫ ସହ ମହିଳା ସହଯୋଗୀ ଅଟକ, ମାରଣାସ୍ତ୍ର ଜବତ
Khabar Odisha:State-crime-Two-accused-arrested-and-one-lady-detained-in-Bhubaneswar-in-connection-with-gun-deal

ଭୁବନେଶ୍ୱର, ସେପ୍ଟେମ୍ବର ୨୫ (ଖବର ଓଡ଼ିଶା): ସରକାର ଓ ପ୍ରଶାସନକୁ ଦୁର୍ବଳ ମନେ କରି ରାଜଧାନୀ ଭୁବନେଶ୍ୱରରେ ଚୋରୀ, ଡକାୟତି, ରାହାଜନୀ ଓ ଅନ୍ୟ ଅପରାଧିକ ଗତିବିଧି ବଢ଼ିବାରେ ଲାଗିଛି । ଅପରାଧ କାର୍ଯ୍ୟରେ ଜଡ଼ିତ ଥିବା ବ୍ୟକ୍ତିମାନେ ବଡ଼ ବଡ଼ ବେଆଇନ କାମରେ ନିୟୋଜିତ ରହୁଥିବା ଦୃଷ୍ଟିଗୋଚର ହେଉଛି । ସେଥିରୁ ଅଧିକାଂଶ ମାମଲା ଜଣାପଡୁ ନଥିବା ବେଳେ ହାତଗଣତି ମାମଲାର ପର୍ଦ୍ଦାଫାଶ କରିପାରୁଛି କମିସନରେଟ ପୋଲିସ । 

କ୍ରାଇମବାଞ୍ଚ ବନ୍ଧୁକ କାରବାର ଘଟଣାର ପର୍ଦ୍ଦାଫାଶ କରିଛି । ବନ୍ଧୁକ ଡିଲ କରିବାକୁ ଆସିଥିବା ୨ ଜଣ ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ କ୍ରାଇମବ୍ରାଞ୍ଚର ଏକ ଟିମ ପୂର୍ବ ଯୋଜନା ମୁତାବକ କଳ୍ପନା ଛକ ନିକଟରେ ଜଗିଥିଲା । ଘଟଣାସ୍ଥଳରେ ଏକ କାର ପହଂଚିବା ପରେ କ୍ରାଇମବ୍ରାଞ୍ଚର ଟିମ କାରକୁ ଅଟକାଇ ଏହାକୁ ଯାଞ୍ଚ କରିଥିଲା । କାରରୁ ବନ୍ଧୁକ ସହ ୫ ରାଉଣ୍ଡ ଗୁଳି ମିଳିଥିଲା । ତେବେ କାର ଭିତରୁ ମାରଣାସ୍ତ୍ର ମଧ୍ୟ ଜବତ ହୋଇଥିବା ବେଳେ ଏହି ଘଟଣା ସହିତ ଜଡ଼ିତ ଜଣେ ମହିଳା ମଧ୍ୟ ଅଟକ ଅଛନ୍ତି । 

 

  • Tags:

Subscribe

National International State Sports Entertainment