ଯେଉଁମାନଙ୍କୁ ସାହାଯ୍ୟ ମାଗିଲା ନାବାଳିକା; ସେମାନଙ୍କ ଦ୍ୱାରା ଦୁଷ୍କର୍ମର ଶିକାର, ୬ ଗିରଫ
Khabar Odisha:Crime-Madhya-Pradesh-Umariya-minor-girl-gangraped-by-7-men-after-abduction-6-arrested-1-left

ଉମରିଆ, ଜାନୁଆରୀ ୧୮ (ଖବର ଓଡ଼ିଶା): ମଧ୍ୟପ୍ରଦେଶର ଉମରିଆରେ ଏକ ଲୋମ ଟାଙ୍କୁରା ମାମଲା ଜାତୀୟ ଗଣମାଧ୍ୟମରୁ ଜଣାପଡ଼ିଛି । କିଛି ଅସାମାଜିକ ବ୍ୟକ୍ତି ଜଣେ ନାବାଳିକାକୁ ଦୁଷ୍କର୍ମ କରିଛନ୍ତି । ସବୁଠାରୁ ଦୁଃଖର କଥା ହେଲା ଯେ, ନାବାଳିକା ଅସୁବିଧାରେ ପଡ଼ିଥିବା ସମୟରେ ଯେଉଁମାନଙ୍କୁ ସାହାଯ୍ୟ ମାଗିଛି, ସେମାନଙ୍କର ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛି । ଏହି ଘଟଣାରେ ୭ ଜଣ ଲୋକ ସଂପୃକ୍ତ ଥିବା ବେଳେ ପୁଲିସ ୬ ଜଣଙ୍କୁ ଗିରଫ କରିସାରିଛି । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି । 

ପୋଲିସ କହିବା ଅନୁସାରେ ପୀଡିତା ଗତ ୧୧ ତାରିଖରେ ମଣ୍ଡକୁ ଯାଇଥିଲା । ସେଠାରେ ସେ ୨ ଜଣ ଯୁବକଙ୍କୁ ଭେଟିଥିଲା । ଉଭୟ ଯୁବକ ନାବାଳିକାକୁ ମିଠା ମିଠା କଥା ବୁଲାଇ ନେବାର ଆଳ ଦେଖାଇ ଜଙ୍ଗଲକୁ ନେଇଯାଇଥିଲେ ଏବଂ ସେଠାରେ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ପରେ ଯୁବକ ଦ୍ୱୟ ଏକ ଢାବା ଭିତରେ ବନ୍ଧକ ରଖିଥିଲେ । ଏହା ପରେ ଯୁବକମାନେ ସେଠାକୁ ନିଜର କିଛି ଅନ୍ୟ ସହଯୋଗୀଙ୍କୁ ନେଇଥିଲେ । ସେହିମାନେ ମଧ୍ୟ ନାବାଳିକାକୁ ଦୁଷ୍କର୍ମ କରିଥିଲେ । ପୋଲିସ କହିବା ଅନୁସାରେ ପୀଡିତା ଯେଉଁମାନଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରୁଥିଲା, ସେମାନେ ଦୁଷ୍କର୍ମ କରିଥିଲେ । ଶେଷରେ ନାବାଳିକାକୁ କଟନୀ ଅଭିମୁଖେ ଯାଉଥିବା ଏକ ଟ୍ରକରେ ବସାଇ ଦେଇଥିଲେ । 

ଏହା ପରେ ଟ୍ରକ ଚାଳକ ମଧ୍ୟ ନାବାଳିକାକୁ ଦୁଷ୍କର୍ମ କରିଥିଲା । ଏହା ପରେ ଟ୍ରକ ଚାଳକ ପୀଡିତକୁ ବିଲାୟନ କଳା-ବଡୱାରା ନିକଟରେ ଛାଡ଼ି ଦେଇଥିଲା । ସେଠାରୁ ନାବାଳିକା ଉମରିଆ ଯିବା ପାଇଁ ଅନ୍ୟ ଏକ ଟ୍ରକକୁ ଅଟକାଇଥିଲା । କିନ୍ତୁ ଏହି ଟ୍ରକ ଚାଳକ ମଧ୍ୟ ନାବାଳିକାକୁ ଦୟା ଦେଖାଇ ନଥିଲା । ବରଂ ଦୁଷ୍କର୍ମ କରିଥିଲା । ଏପରିକି ଖୁବ କମ ଦିନ ଭିତରେ ନାବାଳିକାକୁ ୭ ଜଣଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେବାକୁ ପଡ଼ିଥିଲା । 

ପୀଡିତା ପୋଲିସକୁ କହିଛି ଯେ, ଗତ ଜାନୁଆରୀ ୪ରେ ଆକାଶ ନାମରେ ଜଣେ ଯୁବକ ତାକୁ ଦୁଷ୍କର୍ମ କରିଥିଲା । ଆକାଶ ନିଜର ସହଯୋଗୀଙ୍କ ସହିତ ଏହି ଖରାପ କାମ କରିଥିଲା । 

 

  • Tags:

Subscribe

National International State Sports Entertainment