ମୁମ୍ବାଇ, ଅଗଷ୍ଟ ୧୬ (ଖବର ଓଡ଼ିଶା): କଣ୍ଠଶିଳ୍ପୀ ରାହୁଲ ଜୈନଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ଜଣେ ୩୦ ବର୍ଷୀୟ କଷ୍ଟ୍ୟୁମ ଡିଜାଇନରଙ୍କ ଅଭିଯୋଗ ଆଧାରରେ ମୁମ୍ବାଇ ପୁଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି ।
ମହିଳାଙ୍କ ଅଭିଯୋଗ ଅନୁସାରେ ରାହୁଲ ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ନିଜ ଘରକୁ ଡାକି ତାଙ୍କ ସହିତ ଦୁଷ୍କର୍ମ କରିଥିଲେ । କୁହାଯାଉଛି ଯେ, ଏହି ଘଟଣା ୨୦୨୦ରେ ଥିଲା, ଯେତେବେଳେ ଡ୍ରେସ ଡିଜାଇନର କାମ ପାଇବା ଆଶାରେ ଜୈନଙ୍କ ଘରକୁ ଯାଇଥିଲେ ।
ଯୁବତୀଙ୍କ ଅଭିଯୋଗ ପରେ ମୁମ୍ବାଇର ଓଶିୱାରା ପୁଲିସ ଷ୍ଟେସନ ରାହୁଲଙ୍କ ବିରୋଧରେ ମାମଲା ରୁଜୁ କରିଛି । ରିପୋର୍ଟ ଅନୁସାରେ ମହିଳା ଯେତେବେଳେ ରାହୁଲଙ୍କ ଘରକୁ ଯାଇଥିଲେ, କୌଣସି ବାହାନ ଦେଖାଇ ସେ ନିଜର ଶୋଇବା ଘର ଦେଖିବାକୁ କହିଥିଲେ ଏବଂ ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ତେବେ ରାହୁଲ ଜୈନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିବା ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ତାଙ୍କ ନାଁରେ ଅନ୍ୟମାନେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଗତବର୍ଷ ରାହୁଲଙ୍କ ଉପରେ ଶାରୀରିକ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ଆସିଥିଲା । ଜଣେ ବଲିଉଡ କଳାକାର ରାହୁଲ ଦୁଷ୍କର୍ମ ଓ ବଳପୂର୍ବକ ଗର୍ଭପାତ ସହ ଧୋକ୍କା ଦେଇଥିବା ମଧ୍ୟ ଅଭିଯୋଗ ଆଣିଥିଲେ ।