ଦିଲ୍ଲୀ: ଦେଢ଼ ବର୍ଷର ଶିଶୁକନ୍ୟାକୁ ଅପହରଣ ପରେ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ
Khabar Odisha:Crime-Delhi-One-and-half-years-old-child-being-raped-in-Delhi-civil-line

ନୂଆଦିଲ୍ଲୀ, ଅଗଷ୍ଟ ୦୯ (ଖବର ଓଡ଼ିଶା): ଜାତୀୟ ରାଜଧାନୀ ନୂଆଦିଲ୍ଲୀର ସିଭିଲ ଲାଇନରେ ଦେଢ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ମାମଲା ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଅଭିଯୁକ୍ତ ଘର ବାହାରୁ ଶିଶୁ କନ୍ୟାକୁ ଅପହରଣ କରିନେଇଥିଲା । ଏହା ପରେ ଜଙ୍ଗଲକୁ ନେଇ ନିଜର ଆଶା ପୂରଣ କରିଥିଲା । ନାବାଳିକା ନିଖୋଜ ହେବା ଘଟଣା ପରେ ପୋଲିସ ଅନେକ ଗୁଡ଼ିଏ ଟିମ ଗଠନ କରି ସର୍ଚ୍ଚ ଅପରେଶନ କରିଥିଲା । ଶେଷରେ ଅଭିଯୁକ୍ତକୁ ଗିରଫ କରିଛି । ମାତ୍ର ପୋଲିସକୁ ରାତିସାର ଅନିଦ୍ରା ରହିବାକୁ ପଡ଼ିଛି । 

ଯେଉଁ ଶୁନଶାନ ସ୍ଥାନରୁ ଶିଶୁକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଛି, ସେଠାରୁ ଅଳ୍ପ ଦୂରରେ ମୁଖ୍ୟମନ୍ତ୍ରୀ ଓ ଏଲଜି ନିବାସ ରହିଛି । ଶିଶୁକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ଏଲଏନଜେପି ହସ୍ପିଟାଲ ସ୍ଥାନାନ୍ତର କରି ଦିଆଯାଇଥିଲା । ମାମଲାରେ ପୋଲିସ ଅଭିଯୁକ୍ତର ବିରୋଧରେ ଦୁଷ୍କର୍ମ, ପୋକ୍ସୋ ଓ ଅନ୍ୟ ସଙ୍ଗୀନ ଧାରାରେ ଗିରଫ କରିଛି । 

ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ୨୫ ବର୍ଷିଅ ଅଭିଯୁକ୍ତ ଉତ୍ତର ପ୍ରଦେଶର ବରେଲି ମୂଳ ନିବାସୀ ଓ ଅବିବାହିତ । ସେ ଶିଶୁର ପରିବାର ସହିତ ପରିବା ବଜାର ନିକଟରେ ରହୁଥିଲା । ଏହି ଅଂଳଚ ସିଭିଲି ଲାଇନ ଥାନା ପରିସର ଅନ୍ତର୍ଭୁକ୍ତ । ଶିଶୁ ବିଳମ୍ବିତ ରାତି ୯ଟାରେ ଅଚାନକ ନିଖୋଜ ହୋଇଥିଲା । ବହୁ ଖୋଜାଖୋଜି କରି ନ ମିଳିବା ପରେ ପରିବାର ଲୋକେ ଶେଷରେ ପୋଲିସ ପିସିଆରକୁ ଘଟଣା ସଂପର୍କରେ ସୂଚନା ଦେଇଥିଲେ । 

   

 

  • Tags:

Subscribe

National International State Sports Entertainment