ଗାଜିଆବାଦରେ ସଂଖ୍ୟାଲଘୁ ବ୍ୟକ୍ତିଙ୍କୁ ମାଡ଼ମାରିବା ଘଟଣାରେ ଟୁଇଟର ବିରୋଧରେ ମାମଲା ରୁଜୁ
Khabar Odisha:Crime-Case-filed-on-twitter-for-beating-of-muslim-elder-in-Ghaziabad-alleging-misinformation

ଗାଜିଆବାଦ, ଜୁନ ୧୬ (ଖବର ଓଡ଼ିଶା): ଉତ୍ତର ପଦେଶର ଗାଜିଆବାଦ ଜିଲ୍ଲରେ ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟକ୍ତିଙ୍କୁ ମାଡ଼ମାରିବା ଓ ବଳପୂର୍ବକ ଦାଢ଼ି କାଟିବା ଅଭିଯୋଗରେ ପୋଲିସ କାର୍ଯ୍ୟାନୁଷ୍ଠାନ ତୀବ୍ର କରିଦେଇଛି । ଏହି ମାମଲାରେ ଟୁଇଟର ବିରୋଧରେ ଏକ ମାମଲା ରୁଜୁ ହୋଇଛି । ସାମାଜିକ ଗଣମାଧ୍ୟମରେ ଭୁଲ ଖବର ପ୍ରକାଶ କରିବା ଏବଂ ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ଗାଜିଆବାଦ ପୋଲିସ ୯ ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅଭିଯୁକ୍ତମାନେ ହେଲେ ଆୟୁବ, ଜୁବେର, ଅହମଦ, ସଲମାନ ନିଜାମୀ, ମସକୂର ଉସ୍ମାନୀ, ଡ. ସମା ମହମ୍ମଦ, ସବା ନକବୀ । 

ଟୁଇଟର ଉପରେ ଅଭିଯୋଗ ଆସିଛି ଯେ, ଏକ ଭିଡିଓକୁ ପ୍ରଚାରିତ କରାଯାଇଛି, ଯେଉଁଥିରେ ଜଣେ ସଂଖ୍ୟାଲଘୁକୁ ଟାର୍ଗେଟ କରାଯାଇଛି । ଜଣେ ବ୍ୟକ୍ତିଙ୍କୁ ମାଡ଼ ମରାଯାଇଛି ଏବଂ ବଳପୂର୍ବକ ଦାଢ଼ି କଟାଯାଇଛି । ପୋଲିସ ଏହି ଘଟଣାରେ ଧାର୍ମିକ ଭାବନାକୁ ଆହତ କରିବା ଧାରା ଲଗାଇଛି । ପୋଲିସ ଭାରତୀୟ ଦଣ୍ଡ ସହିତ ଧାରା ୧୫୩, ୧୫୩ଏ, ୨୯୫ଏ, ୫୦୫, ୧୨୦ବି ଓ ୩୪ ବଳରେ ମାମଲା ରୁଜୁ କରିଛି । ଲୋନୀ ବର୍ଡର ଥାନାରେ ସବ ଇନ୍ସପେକ୍ଟର ନରେଶ ସିଂହ ଏହି ମାମଲା ରୁଜୁ କରିଛନ୍ତି । 

ସୂଚନାଯୋଗ୍ୟ, ଗତ ସୋମବାର ଜଣେ ବ୍ୟକ୍ତିଙ୍କର ଭିଡିଓ ଭାଇରାଲ ହୋଇଥିଲା । ଭିଡିଓରେ ଦେଖାଯାଉଥିଲା ଯେ, ବୃଦ୍ଧ ବ୍ୟକ୍ତି ମାଡ଼ମାରୁଥିବା ଲୋକଙ୍କୁ ହାତ ଯୋଡୁଥିଲେ । କିନ୍ତୁ ସେମାନେ ସମସ୍ତେ ଶୁଣୁ ନଥିଲେ । ଘଟଣାର ଭିଡିଓ ଭାଇରାଲ ହେଲା ପରେ ମଙ୍ଗଳବାର ପୀଡିତଙ୍କ ଅନ୍ୟ ଏକ ଟୁଇଟରରେ ଟ୍ରେଣ୍ଡ କରିଥିଲା । 

 

 

  • Tags:

Subscribe

National International State Sports Entertainment