ବ୍ରହ୍ମପୁର, ନଭେମ୍ବର ୨୯(ଖବର ଓଡିଶା):
ଭିଜିଲାନ୍ସ ଜାଲରେ କନଷ୍ଟେବଳ । ଆୟ ବହିର୍ଭୂତ ଠୁଳ ଅଭିଯୋଗରେ କନଷ୍ଟେବଳଙ୍କ ଘରେ ଚାଲିଛି ରେଡ୍ । ବ୍ରହ୍ମପୁର ପୋଲିସରେ କନଷ୍ଟେବଳ ସୁଦର୍ଶନ ପ୍ରଧାନଙ୍କ । ସୁଦର୍ଶନଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି । ବ୍ରହ୍ମପୁର ଲୋଚାପଡାରେ କନଷ୍ଟେବଳଙ୍କ ୩ ମହଲା ଘରେ ରେଡ୍ ଚାଲିଛି ।
ସେହିପରି ନିମଖଣ୍ଡି ଘର ଓ ଭଞ୍ଜନଗର ପୈତୃକ ଗାଁରେ ଚଢାଉ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୧୬ ହଜାର ନଗଦ ଟଙ୍କା ଜବତ କରାଯାଇଛି । ଏହି ଚଢାଉରେ ଜେ ଅତିରିକ୍ତ ଏସପି, ୫ ଜଣ ଇନସପେକ୍ଟର ସାମିଲ ରହିଛନ୍ତି ।
ଏହାସହିତ ଏବେ ବି ଚଢାଉ ଜାରି ରହିଛି । ତେବେ ଆଉ କେତେ ଟଙ୍କା ଜବତ ହେଉଛି ସେନେଇ ରେଡ୍ ପରେ ହିଁ ଜଣାପଡିବ । ଟଙ୍କା ସହିତ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରାଯାଇଛି ।