ଏସଟିଏଫ ପଞ୍ଝାରେ ଗଞ୍ଜେଇ ଚାଲାଣକାରୀ: ୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ ଭୁବନେଶ୍ୱର, ଜାନୁଆରୀ ୦୭(ଖବର ଓଡିଶା): Share story: ଏସଟିଏଫ ପଞ୍ଝାରେ ଗଞ୍ଜେଇ ଚୋରା ଚାଲାଣକାରୀ । ଭୁବନେଶ୍ୱର ନୟାପଲ୍ଲୀ ଥାନା ସହାୟତାରେ ଏସଟିଏଫ ୪୦ କେଜି ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଏସଟିଏଫ ଗିରଫ କରିଛି । ୪୦ କେଜିର ଗଞ୍ଜେଇ ଜବତ କରାଯାଇଥିବା ଜଣାପଡିଛି । ତେବେ ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୪୦ ଲକ୍ଷ ଟଙ୍କାର ହେବ ବୋଲି ଅନୁମାନ କରାଯାଇଛି । ଅନଲାଇନ୍ ଟ୍ୟାକ୍ସି ବୁକ୍ କରି ବାହାର ରାଜ୍ୟକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଧରାପଡିଛନ୍ତି । ସେହିପରି ପୁଣି ୧୪୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧୪ ଲକ୍ଷ ଟଙ୍କା ହେବ । ସେହିପରି ଏହି ଘଟଣାରେ ୫ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ସୂଚନା ଅନୁସାରେ, ପୁରୀ ଜିଲ୍ଲା ବାସେଳିସାହି ଥାନା ହୁଙ୍କାରେଶ୍ୱର ମନ୍ଦିର ମାତାମଠ ନିକଟରୁ ବ୍ରାଉନସୁଗାର ଜବତ ହୋଇଛି । ଏସଟିଏଫ ଓ ବାସେଳିସାହି ଥାନା ପୋଲିସ ଚଢଉ କରିଥିଲା । ଫଳରେ ୧୪୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ତେବେ ଘଟଣାରେ ୫ ଜଣଙ୍କୁ ପୋଲିସ ଗିରଫ କରିଛି । ଏହାସହିତ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ କାର ଓ ନଗଦ ୫୦ ହଜାର ଟଙ୍କା ଜବତ କରାଯାଇଛି । ଖବର ଓଡ଼ିଶା, Reporter, 07/01/2022