ରାଜଧାନୀରେ ବୋମାମାଡ଼: ମାଲିକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି
Khabar Odisha:Bombing-on-jewellery-shop-in-Bhubaneswar-leaves-one-injured
ଖବର ଓଡିଶା : 18/03/2023

ରାଜଧାନୀରେ ବୋମାମାଡ଼ | ସୁନା ଦୋକାନ ଉପରେ ବୋମା ଫୋପାଡ଼ିଲେ ଦୁର୍ବୃତ୍ତ । ଭୁବନେଶ୍ୱର ୟୁନିଟ୍‌-୪ ମାର୍କେଟ୍‌ରେ ଥିବା ଏକ ସୁନା ଦୋକାନ ଉପରକୁ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ଏଥିରେ ଜଣେ ଆହତ ହୋଇଥିବା ଜଣାପଡ଼ିଛି | ସୂଚନା ଅନୁସାରେ, ୟୁନିଟ ୪ ରେ ଥିବା ଏକ ସୁନା ଦୋକାନରେ ଗତକାଲି ରାତି ପାଖାପାଖି ୧୧ଟା ବେଳେ ଦୋକାନ ବନ୍ଦ କରୁଥିଲେ ମାଲିକ । ଏହି ସମୟରେ ଦୁଇଟି ବାଇକରେ ୪ ଜଣ ଦୁର୍ବୃତ୍ତ ଆସି ଅତର୍କିତ ଭାବେ ବୋମା ଫିଙ୍ଗିଥିଲେ । ଏହାପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୁତ୍ତ । ବୋମା ମାଡ଼ରେ ଦୋକାନର ମାଲିକ ରମାକାନ୍ତ ଆହତ ହୋଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ଖାରବେଳନଗର ଥାନା ପୋଲିସ ପହଞ୍ଚି ତଦନ୍ତ କରିଛି । ବୋମା ଫିଙ୍ଗିବା ପଛର କାରଣ ଜଣାପଡିନଥିବା ବେଳେ ଲୁଟ୍ ଉଦ୍ଦେଶ୍ୟରେ ଦୁର୍ବୁତ୍ତ ଆସିଥିଲେ ନା ବ୍ୟବସାୟିକ ଶତ୍ରୁତା ତାହା ମଧ୍ୟ ସ୍ପଷ୍ଟ ହୋଇନି । ପୋଲିସ ଏବେ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଜବତ କରି ତଦନ୍ତ ଚଳାଇଛି ।

Subscribe

National International State Sports Entertainment