ଭଦ୍ରକ ପୋଲିସର ଏନକାଉଣ୍ଟର, ୨ ଅପରାଧୀ ଆହତ
Khabar Odisha:Bhadrak-police-encounter-2-criminals-injured
ଭଦ୍ରକ, ଡିସେମ୍ବର ୧(ଖବର ଓଡିଶା):

ଭଦ୍ରକ ପୋଲିସର ଏନକାଉଣ୍ଟର । ଏଥିରେ ଦୁଇ ଅପରାଧୀ ଆହତ ହୋଇଛନ୍ତି । ୨୯ ଲକ୍ଷ ଟଙ୍କା ଲୁଟ ଘଟଣାରେ ସମ୍ପୃକ୍ତ ଥିବା ସୂଚନା ମିଳିଛି । ତେବେ ଭଦ୍ରକ ଜିଲ୍ଲାର ବରପଦା ଠାରେ ଏହି ଏନକାଉଣ୍ଟର କରାଯାଇଛି । ଦୁଇ ଜଣ ଅପରାଧୀଙ୍କୁ ଗ୍ରାମାଞ୍ଚଳ ଥାନା ବରପଦା ନିକଟରେ ଥିବା ବେଳେ ଭଦ୍ରକ ପୋଲିସ ଏନକାଉଣ୍ଟର କରିଛି । ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ ହୋଇଛି । 

ଏହାସହିତ ଅପରାଧୀ ଦୁଇ ଜଣ ପୋଲିସକୁ ପାଲଟା ଆକ୍ରମଣ କରିଥିବା ସୂଚନା ମିଳିଛି । ଏଥିରେ ଗ୍ରାମାଞ୍ଚଳ ଖାନା ଅଧିକାରୀଙ୍କ ସହ କେତେକ ପୋଲିସ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ଦୁଇ ଜଣ ଅପରାଧୀ ହେଲେ ସୋର ଅଞ୍ଚଳର ପ୍ରହ୍ଲାଦ ଦାସ ଓ ନୀଳ ଗିରି ଅଞ୍ଚଳର ସୁଶାନ୍ତ ମଲ୍ଲିକ । ଏହି ଦୁଇ ଜଣ ଯାକ ଭଦ୍ରକର ଏକ ଏଟିଏମରୁ ୨୯ ଲକ୍ଷ ଟଙ୍କା ଲୁଟ୍ କିରିଥିଲେ । ଏହି ଲୁଟରେ ୬ ଜମ ସାମିଲ ରହିିଥିବା ବେଳେ ୨ ଜଣଙ୍କୁ ଏନକାଉଣ୍ଟର କରାଯାଇଛି । ବାକି ୪ ଜଣଙ୍କୁ ପୋଲିସ ଅଟକ ରଖିଛି ।  

ସେମାନଙ୍କ ନିକଟରୁ ୩ ବନ୍ଧୁକ, ଦୁଇ ଖଣ୍ଡା, ୪ ମାଗାଜିନ ଜବତ ହୋଇଥିବା ସୂଚନା ମିଳିଛି । ତେବେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଖବର ପାଇ ଯାଇଥିବା ବେଳେ ପୋଲିସକୁ ପ୍ରତି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏହି ଗ୍ୟାଙ୍ଗ ବହପ ଲୁଟରେ ଜଡିତ ଥିବା ସୂଚନା ମିଳିଛି । ତେବେ ଏହି ଗ୍ୟାଙ୍ଗ ସହ ବିହାର ଲିଙ୍କ ଥିବା ସୂଚନା ମିଳିଛି । 

  • Tags:

Subscribe

National International State Sports Entertainment