ମାଟ୍ରିକ ପରୀକ୍ଷା ସାରି ଫେରୁଥିବାବେଳେ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ
Khabar Odisha:Attempt-to-abduct-a-student-while-she-was-returning-from-matric-examination
ଖବର ଓଡିଶା : 16/03/2023

ମାଟ୍ରିକ ପରୀକ୍ଷା ସାରି ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ରାସ୍ତାରୁ ଅପହରଣ ଉଦ୍ୟମ କରିବା ସହ ବ୍ଲେଡରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଜଣାପଡ଼ିଛି। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ। ଆହତ ଛାତ୍ର ଜଣଙ୍କ ହେଲେ ସୁମିନି ସେଠି। ତାଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ସୁମିନି ପଟ୍ଟାମୁଣ୍ଡାଇ ବାଳିକା ଉଚ୍ଚ ବିଦ୍ୟାଳୟରେ ପଢ଼ୁଛନ୍ତି | ଉକ୍ତ ଛାତ୍ରୀ ଜଣଙ୍କ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟରୁ ପରୀକ୍ଷା ସାରି ଘରକୁ ଫେରୁଥିଲେ ଆକ୍ରମଣ ଶିକାର ହୋଇଥିଲେ। ସୂଚନା ଅନୁସାରେ, ଆଜି ସକାଳେ ସୁମିନି ମନ୍ମଥ ନାଥ ଉଚ୍ଚ ବିଦ୍ୟାଳୟରୁ ପରୀକ୍ଷା ଦେଇ ସାରି ବାହାରୁଥିଲେ। ଏହି ସମୟରେ ପରୀକ୍ଷା କେନ୍ଦ୍ର ବାହାରେ ୩ଜଣ ଦୁର୍ବୃତ୍ତ ଏକ କାର୍‌ ଧରି ଠିଆ ହୋଇଥିଲେ। ସୁମିନି ଗେଟ୍ ବାହାରକୁ ଆସିବା କ୍ଷଣି ୩ଜଣ ଦୁର୍ବୃତ୍ତ ତାଙ୍କୁ ଟାଣି ନେଇ ଗାଡ଼ି ଭିତରେ ପୂରାଇ ଚାଲିଯାଇଥିଲେ । ଗାଡିରେ ଥିବାବେଳେ ଦୁର୍ବୃତ୍ତମାନେ ସୁମିନିଙ୍କ ବେକ ଓ ହାତକୁ ବ୍ଲେଡରେ କାଟି ଦେଇଥିଲେ। କିଛି ବାଟ ଗଲା ପରେ ସୁମିନି ଗାଡ଼ିର କାଚ ଭାଙ୍ଗି ବାହାରକୁ ପଳାଇ ଆସିଥିଲେ। ପରେ ଦୁର୍ବୃତ୍ତମାନେ ଗାଡ଼ି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସୁମିନି କିଛି ବାଟ ଗଲା ପରେ ସଂଜ୍ଞାହୀନ ହୋଇ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକ ସୁମିନିଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହାସହ ସୁମିନିର ପରିବାର ଲୋକଙ୍କୁ ଖବର ଦେଇଥିଲେ।

Subscribe

National International State Sports Entertainment