ଏକତରଫା ପ୍ରେମକୁ ନେଇ ଆଶିଷଙ୍କୁ ହତ୍ୟା ଘଟଣା, ଦୁଇ ଦିନିଆ ରିମାଣ୍ଡରେ ଗଲେ ତିନି ଅଭିଯୁକ୍ତ ବାଲିପାଟଣା, ଜୁଲାଇ ୧୯(ଖବର ଓଡିଶା): Share story: ବାଲିପାଟଣା ଥାନା ବୋଧଖଣ୍ଡି ଗାଁର ଆଶିଷ ହତ୍ୟାକାଣ୍ଡ ମାମଲା । ତେବେ ଏହି ଘଟଣାରେ ଦୁଇ ଦିନିଆ ରିମାଣ୍ଡରେ ଯାଇଛନ୍ତି ତିନି ଅଭିଯୁକ୍ତ । ବାଲିପାଟଣା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି । ସୂଚନା ଅନୁସାରେ, ଏକତରଫା ପ୍ରେମକୁ ନେଇ ଆଶିଷ ଓଝାଙ୍କୁ ହତ୍ୟା କରାଯାଇଥିଲା । ପରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ରାଜ କିଶୋର ଦାସ, ଦୁର୍ଯ୍ୟୋଧନ ବେହେରା ଏବଂ ରାକେଶ ସେଠୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାତ୍ର କୋର୍ଟ ଅନୁମତି ଦେବା ପରେ ୩ ଅଭିଯୁକ୍ତଙ୍କୁ ପୋଲିସ ରିମାଣ୍ଡରେ ନେଇଛି । ତେବେ ହତ୍ୟାକାଣ୍ଡରେ ଅଧିକ କିଛି ତଥ୍ୟ ସାମ୍ନାକୁ ଆସିପାରେ ବୋଲି ପୋଲିସ ସୂଚନା ଦେଇଛି । ଖବର ଓଡ଼ିଶା, Reporter, 19/07/2022