ପୁଣି ଜବତ ହେଲା କଲରା ପତରିଆ ବାଘ ଛାଲ, ଘଟଣାରେ ୫ ଗିରଫ ଦେବଗଡ, ଜାନୁଆରୀ ୧୭(ଖବର ଓଡିଶା): Share story: ପୁଣି ବାଘ ଛାଲ ଜବତ ହୋଇଛି । ଦେବଗଡ ପୋଲିସ ଦ୍ୱାରା କଲରା ପତରିଆ ବାଘ ଛାଲ ଜବତ କରାଯାଇଛି । ଏହାସହିତ ଘଟଣାରେ ୫ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ତେବେ ଗିରଫ ହୋଇଥିବା ୫ ଜଣ ଦେବଗଡ ଓ ସୁନ୍ଦରଗଡ ଜିଲ୍ଲାର ବୋଲି ଜଣାପଡିଛି । ୬ ଦିନ ତଳେ ସେମାନେ ବାଘ ଶିକାର କରିଥିବା ଜଣାପଡିଛି । ବାଘ ଶିକାର ବେଳେ ବ୍ୟବହାର କରିଥିବା କଟୁରୀକୁ ପୋଲିସ ଜବତ କରିଛି । ଏହାସହିତ ମୋବାଇକୁ ଜବତ କରିଛି ପୋଲିସ । ସେହିପରି ଘଟଣା ଖୋଳତାଡ ପୋଲିସ ଜାରି ରଖିଛି । ସୂଚାନା ଅନୁସାରେ, ରାଜ୍ୟର ବିଭିନ୍ନ ଓ ସ୍ଥାନରୁ ବାଘ ଶିକାର ହେଉଥିବା ଖବର ଆସୁଛି । ଏହାସହିତ ବାଘ ଛାଲ ମଧ୍ୟ ଜବତ କରାଯାଉଛି । ଫଳରେ ରାଜ୍ୟରେ ବାଘ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଖବର ଓଡ଼ିଶା, Reporter, 17/01/2022