ରାଜଧାନୀରୁ ୨୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ମହିଳାଙ୍କୁ ଗିରଫ କଲା ଅବକାରୀ ଫ୍ଲାଇଂ ସ୍କ୍ୱାଡ
Khabar Odisha:Abkari-Flying-Squad-seizes-Rs-22-lakh-worth-of-brownies-from-capital-arrests-a-woman
ଭୁବନେଶ୍ୱର, ଅଗଷ୍ଟ ୧୨(ଖବର ଓଡିଶା):

ରାଜଧାନୀରୁ ପୁଣି ଜବତ ହେଲା ବ୍ରାଉନସୁଗାର । ରାଜଧାନୀରୁ ୨୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ଏହାସହିତ ଜଣେ ମହିଳା ଗିରଫ ହୋଇଛନ୍ତି । 

ଅବକାରୀ ଫ୍ଲାଇଂ ସ୍କ୍ୱାଡ ହାତରେ ୨୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହିତ ଲେଡି ଡଗ୍ସ୍ କୁଇନଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱର କେଦାରପଲ୍ଲୀ ବସ୍ତିରୁ ବ୍ରାଉନସୁଗାର ଜବତ ହୋଇଛି । ତେବେ ଗିରଫ ମହିଳା ଜଣକ ହେଲେ ସୁଷମା ନାୟକ ।

ସୂଚନା ଅନୁସାରେ, ରାଜଧାନୀରୁ ପ୍ରତିଦିନ ପୁଳା ପୁଳା ବ୍ରାଉନସୁଗାର ଜବତ ହେଉଛି । ଏହାସହିତ ବେଧଡକ ଭାବେ ଚାଲିଛି ବ୍ରାଉନସୁଗାର କାରବାର । ତେବେ ଏପରି ବାରମ୍ବାର ହେବା ଦ୍ୱାରା ପୋଲିସର ଦାୟିତ୍ୱକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

  • Tags:

Subscribe

National International State Sports Entertainment