ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ତଦନ୍ତ ଉପରେ ବଢୁଛି ସନ୍ଦେହ
Khabar Odisha:ACF-Soumya-Ranjans-death-case-Doubts-growing-over-investigation

ଗଜପତି, ଜୁଲାଇ ୨୪ (ଖବର ଓଡ଼ିଶା): ବନ ଅଧିକାରୀ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାକୁ ୧୨ ଦିନ ବତିଗଲାଣି ଏବେବି ମୃତ୍ୟୁ କୁ ନେଇ କୌଣସି ସିନ୍ଧାନ୍ତରେ ପହଞ୍ଚି ପାରୁନି ଗଜପତି ପୋଲିସ୍ । ପ୍ରଥମେ ବିଦ୍ୟାଭାରତୀ ପରେ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ଶେଷରେ ରୋଷେଇଆକୁ ମଧ୍ୟ ଜେରା କରି ସାରିଛି ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ୍ ଓ ଗଜପତି ପୋଲିସ୍ ।

କିନ୍ତୁ ଅଭିଯୁକ୍ତ ମାନଙ୍କ ଜେରା ପରେ ଏହା ହତ୍ୟା ନା ଆତ୍ମହତ୍ୟା ସିନ୍ଧାନ୍ତ ନେଇପାରୁନି ଗଜପତି ପୋଲିସ୍ । ଅନ୍ୟପଟେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ କରାଯାଉଥିବା ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି ଏସିଏଫ୍ ସୌମ୍ୟରଞ୍ଜନଙ୍କ ପରିବାର ଲୋକ ।

ଯାହାକୁ ସାଧାରଣ ଭାବରେ ମଧ୍ୟ ବିଶ୍ଲେଷଣ କଲେ ତଦନ୍ତ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେବ । ଗତ କାଲିର ଘଟଣାକୁ ଯଦି ବିଶ୍ଲେଷଣ କରାଯାଏ ତେବେ କାଲି ଡିଏଫଓ ସଂଗ୍ରାମ କେଶରୀ ବେହେରା ତଦନ୍ତ ପରିସର ଭୁକ୍ତ ହୋଇଥିଲେ । ଡିଏଫଓଙ୍କୁ ଦୀର୍ଘ ୩ ଘଣ୍ଟା ଧରି ଜେରା କରିଥିଲା ରାଜ୍ୟ କ୍ରାଇମବ୍ରାଞ୍ଚ ଓ ଗଜପତି ପୋଲିସ୍ । ଏହାପରେ ସର୍ବ ସମ୍ମୁଖରେ ଡିଏଫଓଙ୍କୁ କ୍ଲିନଚିଟ୍ ଦେଇଥିଲେ ଗଜପତି ଏସପି ତପନ ପଟ୍ଟନାୟକ । 

ଗଣମାଧ୍ୟମ ଆଗରେ ସଫା ସଫା ପ୍ରତିକ୍ରିୟା ଦେଇ ଏସପି କହିଥିଲେ ଯେ ବିଦ୍ୟାଭାରତୀଙ୍କ ସହିତ ଡିଏଫଓଙ୍କ କୌଣସି ସମ୍ପର୍କ ନାହିଁ ତେଣୁ ସେ ଏହି ମାମଲାରେ ଯଡିତ ନାହାନ୍ତି । ଏହାକୁ ନେଇ ପ୍ରଶ୍ନ ଉଠିବା ପରେ ଆଜି ହଠାତ୍ ସ୍ୱର ବଦଳାଇଛନ୍ତି ଗଜପତି ଏସପି ତପନ ପଟ୍ଟନାୟକ । ଆଜି ପୁଣି ନିଜ ସ୍ୱର ବଦଳାଇ ପ୍ରତିକ୍ରିୟା ଦେଇ ଏସପି କହିଛନ୍ତି ଯେ ଏବେ ତଦନ୍ତ ଜାରି ରହିଛି ତେଣୁ ଏବେ ଠାରୁ ଏହି ମାମଲାରେ ପ୍ରକୃତରେ ଡିଏଫଓଙ୍କ ସମ୍ପୃକ୍ତି ଅଛି କି ନାହିଁ ତାହା କହି ହେବ ନାହିଁ । ଗଜପତି ଏସପିଙ୍କ ଏଭଳି ଦୋମୁହାଁ ବୟାନ୍ କୁ ନେଇ ସନ୍ଦେହ ସୃଷ୍ଟି ହେବା ତ ସ୍ୱାଭାବିକ୍ । 

ଅନ୍ୟପଟେ ସୌମ୍ୟଙ୍କ ମୃତ୍ୟୁ ପରେ ସଙ୍ଗେ ସଙ୍ଗେ ଫରେନ୍ସିକ୍ ଟିମ୍ ଦ୍ୱରା ସୌମ୍ୟ ରହୁଥିବା କ୍ୱାଟର ର ତଲାସି ନିଆଯାଇଥିଲା । ମାତ୍ର ସେଦିନ ଫରେନ୍ସିକ୍ ଟିମ୍ ଘର ଭିତରେ କøଣସି ଦାଗ ନଥିବା କିମ୍ବା ଘର ଭିତରେ ଏତେ ବଡ଼ ଘଟଣା ଘଟିଥିବାର କୌଣସି ପ୍ରମାଣ ମିଳିନାହିଁ ବୋଲି ସ୍ପଷ୍ଟ କରିଥିଲା । 

ମାତ୍ର ଗତ କାଲି ହଠାତ୍ ପୁଣି ଆଉ ଥରେ କ୍ରାଇମବ୍ରାଞ୍ଚ ଟିମ୍ ସେହି କ୍ୱାଟରର ତଲାସି ନେଇଥିଲା ଓ ସେଠାରେ କ୍ରାଇମବ୍ରାଞ୍ଚ କୁ କିଛି ପୋଡାଦାଗ ମିଳିଥିଲା ଯେଉଁଥିରୁ ପ୍ରମାଣ କରାଇଦିଆଗଲା ଯେ ଘଟଣା ଘର ଭିତରେ ହିଁ ଘଟିଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଯେଉଁ ଦାଗକୁ କ୍ରାଇମବ୍ରାଞ୍ଚ ଖୋଜି ପାଇଲା ତା ଉପରେ କେମିତି ଫରେନ୍ସିକ୍ ଟିମ୍ ର ନଜର ପଡିଲା ନାହିଁ?

ଏସବୁ ସନ୍ଦେହ ଭିତ୍ତିକ ତଦନ୍ତ ପ୍ରକ୍ରିୟା ଉପରେ ସୌମ୍ୟଙ୍କ ପରିବାର ଲୋକ ପ୍ରଶ୍ନ ଉଠାଇଛନ୍ତି । ଏବଂ ଘଟଣା ଦିନ ଠାରୁ କ୍ୱାଟର ଚାବି କାହିଁକି ସରକାରୀ ଅଧିକାରୀଙ୍କ ପାଖରେ ରହିଥିଲା ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟଙ୍କ ଭାଇ ।

ଅନ୍ୟପଟେ ଘଟଣା ଘଟିବା ପରେ ଚାବି ନିଜ ପାଖରେ ରଖି ଗଜପତି ଏସପି ସବୁ ପ୍ରମାଣ ନଷ୍ଟ କରି ତଦନ୍ତ କୁ ଭିନ୍ନ ମୋଡ ଦେଉଛନ୍ତି ଏବଂ ଶେଷରେ ଟ୍ରୁ ଫ୍ୟାକ୍ଟ ବଟ୍ ନୋ କ୍ଲ୍ୟୁ କହି କେସ୍ ଟିକୁ କ୍ଲୋଜ୍ କରାଇଦେବାର ଷଡଯନ୍ତ୍ର ଚାଲିଛି ବୋଲି ସୌମ୍ୟଙ୍କ ଓକିଲ ଅଭିଯୋଗ କରିଛନ୍ତି ।

  • Tags:

Subscribe

National International State Sports Entertainment