ଉତ୍ତରପ୍ରଦେଶ ଲକ୍ଷ୍ନୋରେ ଜଘନ୍ୟ ହତ୍ୟାକାଣ୍ଡ, ଜମିଜମା ବିବାଦ କାରଣରୁ ପରିବାରର 6 ଜଣଙ୍କୁ ହାଣି ହତ୍ୟା କଲା ଯୁବକ
Khabar Odisha:6-killed-in-Uttar-Pradeshs-Lucknow
ଲକ୍ଷ୍ନୌ, ଏପ୍ରିଲ 30( ଖବର ଓଡ଼ିଶା):

ସାରା ଦେଶରେ ମହାମାରୀ କରୋନା ପାଇଁ ଲକଡାଉନ ଥିବାବେଳେ ଉତ୍ତରପ୍ରଦେଶର ରାଜଧାନୀରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ଜଣେ ଉନ୍ମାଦ ଯୁବକ ତୀକ୍ଷ୍ଣ ଅସ୍ତ୍ରରେ ପୂରା ପରିବାରକୁ ହତ୍ୟା କରିଦେଇଛି । ଅଭିଯୁକ୍ତଙ୍କ ମୁଣ୍ଡରେ ମୃତ୍ୟୁର ଭୂତ ଏଭଳି ସବାର ଥିଲା ଯେ ସେ ଦୁଇ ନିରୀହ ପିଲାଙ୍କୁ ମଧ୍ୟ ଛାଡି ନଥିଲା ସେମାନଙ୍କ ବେକକୁ ମଧ୍ୟ ଅତି ନିର୍ମମ ଭାବରେ କାଟି ହତ୍ୟା କରିଦେଇଥିବା ଜଣାପଡିଛି । ଏହି ହତ୍ୟାକାଣ୍ଡ ଘଟଣା ସମଗ୍ର ଉତ୍ତରପ୍ରଦେଶରେ ଆଲୋଡ଼ନ ସୃଷ୍ଟି କରିଛି ।

ଏଭଳି ଗଣହତ୍ୟା ଲକ୍ଷ୍ନୋର ବନ୍ତରା ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଥିବା ଜଣାପଡିଛି, ଅଜୟ ନାମକ ଜଣେ ଯୁବକ ଗୋଦାଉଲି ଗ୍ରାମରେ ରହୁଥିବା ତାଙ୍କ ପିତା-ମାତା,ଭାଇ-ଭାଉଜ ଏବଂ ପୁତୁରା ଓ ଝିଆରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ଜଣାପଡିଛି । ଜମି ବାଡି ବିବାଦକୁ ନେଇ ଯୁବକ ଓ ତାର ଭାଇ ମଧ୍ୟରେ ପୂର୍ବରୁ ବିବାଦ ଥିବା ଜଣାପଡିଛି ସେହି ବିବାଦ କାରଣରୁ ଯୁବକ ନିଜ ବାପା ମାଆ ଓ ଭାଇର ସମ୍ପୂର୍ଣ୍ଣ ପରିବାରକୁ ମିଶାଇ 6 ଜଣ ଲୋକଙ୍କୁ ହତ୍ୟା କରିଥିବା ଜଣାପଡିଛି। ହତ୍ୟା କରିବା ପରେ ଯୁବକ ଜଣକ ସ୍ଥାନୀୟ ଥାନାକୁ ଯାଇ ଆତ୍ମସମର୍ପଣ କରିଥିବା ଜଣାପଡିଛି।

ଥାନାରେ ପହଁଞ୍ଚି ଯୁବକ ଜଣକ ଏହି ସମ୍ବେଦନଶୀଳ ହତ୍ୟା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ଅଭିଯୁକ୍ତ ଅଜୟକୁ ସାଥିରେ ଧରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଗୁଡିକୁ ଜବତ କରିଥିଲା । ପୋଲିସ ଅଭିଯୁକ୍ତ ଅଜୟକୁ ଗିରଫ କରିଥିବାବେଳେ ମୃତଦେହ ଗୁଡିକ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାପଡିଛି।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଅଭିଯୁକ୍ତଙ୍କ ଘରେ ଜମିଜମା ଓ ସମ୍ପତ୍ତିକୁ ନେଇ ବିବାଦ ଲାଗି ରହିଥିଲା। କିଛି ଦିନ ତଳେ ଅଜୟ ଜାଣିବାକୁ ପାଇଥିଲା ଯେ ତା ର ବାପା ଓ ଭାଇ ମିଶି ସବୁ ସମ୍ପତ୍ତିକୁ ବିକ୍ରି କରିଦେଇଛନ୍ତି ଓ ତାକୁ କିଛି ଜଣାଇ ନାହାଁନ୍ତି । ଏହି ଘଟଣାରେ କ୍ରୋଧିତ ଅଭିଯୁକ୍ତ ଅଜୟ ଏହି ଭୟାନକ ଘଟଣା ଘଟାଇଥିବା ଜଣାପଡିଛି । ପୋଲିସ ଏବେ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି। ଏହି ଘଟଣା ପରେ ପୂରା ଅଞ୍ଚଳରେ ଲୋକମାନେ ଭୟଭୀତ ହୋଇପଡିଛନ୍ତି।

  • Tags:

Subscribe

National International State Sports Entertainment