ପୋଲିସ-ମାଓବାଦୀ ଗୁଳିବିନିମୟ : ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ
Khabar Odisha:2-maoist-killed-in-Kandhamal-Boudh-border
ବୌଦ୍ଧ : 06/12/2022

ଗୋଚ୍ଛାପଡ଼ା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳିବିନିମୟ | ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ 2 ମାଓବାଦୀ ଆହତ | ଘଟଣା ଘଟିଛି କନ୍ଧମାଳ-ବୌଦ୍ଧ ସୀମାନ୍ତ ଗୋଚ୍ଛାପଡ଼ା ଜଙ୍ଗଲରେ | ସୁରକ୍ଷାକର୍ମୀଙ୍କ କମ୍ବିଂ ଅପରେସନ ବେଳେ ୨ ମାଓବାଦୀ ନିହତ ହୋଇଥିବା ସୂଚନା । ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । 

ଏବେ ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ପାଳନ ଚାଲିଥିବା ବେଳେ କିଛି ଅଘଟଣ ଆଶଙ୍କାରେ ସୁରକ୍ଷାକର୍ମୀମାନେ ଗୋଚ୍ଛାପଡ଼ା ଜଙ୍ଗଲରେ କମ୍ବିଂ ଅପେରସନ କରୁଥିଲେ । ଏହି ସମୟରେ ମାଓବାଦୀ-ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଥିଲେ । ଉଭୟଙ୍କ ମଧ୍ୟରେ ଅନେକ ସମୟ ଧରି ଗୁଳିବିନିମୟ ଜାରି ରହିଥିଲା । ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏହାପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି । ଘଟଣାସ୍ଥଳରେ ଅନେକ ମାଓ ସାମଗ୍ରୀ ଜବତ ହୋଇଛି । ଏବେବି ଜଙ୍ଗଲରେ କମ୍ବିଂ ଅପରେସନ ଜାରି ରହିଛି ।

Subscribe

National International State Sports Entertainment