ବିଳମ୍ବିତ ରାତିରେ ହୋଟେଲ ଉପରକୁ ବୋମାମାଡ
Khabar Odisha:2-injured-in-bomb-blast
ଖବର ଓଡିଶା : 06/02/2023:

ଭୁବନେଶ୍ୱର ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ଏକ ହୋଟେଲ ବୋମାମାଡ । ଗତକାଲି ବିଳମ୍ବିତ ରାତିରେ ଏହି ବୋମାମାଡ ହୋଇଛି । ବସଷ୍ଟାଣ୍ଡ ନିକଟରେ ଥିବା ଏକ ହୋଟେଲ ଉପରକୁ ବୋମା ଫିଙ୍ଗିଛନ୍ତି ଦୁର୍ବୃତ୍ତ । ଖାଇବା ପରେ ଟଙ୍କା ଦେବାକୁ ନେଇ ବଚସା ହୋଇଥିଲା । ଏହା ପରେ ବୋମାମାଡ କରାଯାଇଥିବା କୁହାଯାଉଛି । ଏଥିରେ ଆହତ ହୋଇଥିବା ୩ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।  ବୋମା ମାଡ଼ରେ ଜଣେ ବସ ମାଲିକଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ଏହାସହ ବୋମାମାଡ଼ରେ ଦୁଇ ଜଣ ଆହତ ହୋଇଥିବାବେଳେ ସିସିଟିଭିରେ ଭିଜୁଆଲ କଏଦ ହୋଇଛି । ପୋଲିସ ଜଣକୁ ଅଟକ ରଖିବା ସହ ଘଟଣାର ତଦନ୍ତ ଜାରି ରଖିଛି ।  

Subscribe

National International State Sports Entertainment