ଲାଞ୍ଚ ନେଇଥିବା ଅଭିଯୋଗରେ ବନ୍ଧା ହେଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଦୁଇ ଅଧିକାରୀ। ରାଜସ୍ଥାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଦୁଇ ଜଣ ଅଧିକାରୀଙ୍କ ବିରୋଧରେ ଲାଞ୍ଚ ନେଇଥିବା ଅଭିଯୋଗ ଆସିଛି। ଏହାପରେ ଉଭୟଙ୍କୁ ଗିରଫ କରାଯାଇଛି। ଚିଟ୍ଫଣ୍ଡ ମାମଲାରେ କେସ୍ ରୁଜୁ ନକରିବାକୁ ଜଣେ ବ୍ୟବସାୟୀଙ୍କ ଠାରୁ ୧୫ ଲକ୍ଷ ଟଙ୍କା ମାଗିଥିବା ଅଭିଯୋଗ ହୋଇଛି। ଚିଟ ଫଣ୍ଡ ମାମଲାରେ ଅଭିଯୋଗକାରୀଙ୍କ ବିରୋଧରେ ମାମଲା ରୁଜୁ କରିବା ବଦଳରେ ଅଭିଯୁକ୍ତ ଅଧିକାରୀ 17 ଲକ୍ଷ ଟଙ୍କା ଦାବି କରିଥିଲେ।
ବ୍ୟୁରୋର ଏକ ବିବୃତ୍ତି ଅନୁଯାୟୀ ଗିରଫ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ନାଭାଲ କିଶୋର ମୀନା, ଇମ୍ଫାଲର ଇଡିର ଏନଫୋର୍ସମେଣ୍ଟ ଅଫିସର ତଥା ତାଙ୍କ ସ୍ଥାନୀୟ ସହଯୋଗୀ ବାବୁଲାଲ ମୀନା। ଅଭିଯୋଗକାରୀ ବ୍ୟୁରୋକୁ ସୂଚନା ଦେଇଛନ୍ତି ଯେ ଇମ୍ଫାଲରେ ଇଡି କାର୍ଯ୍ୟାଳୟରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାର ସମାଧାନ ପାଇଁ ନାଭାଲ କିଶୋର ମୀନାଙ୍କ ଦ୍ୱାରା 17 ଲକ୍ଷ ଟଙ୍କା ଲାଞ୍ଚ ଦାବି କରାଯାଇଛି। ଅଭିଯୋଗ ଯାଞ୍ଚ କରିବା ପରେ ଏସିବି ଟିମ୍ ଦୁହିଁଙ୍କୁ 15 ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ଗିରଫ କରିଛି। ନାଭାଲ କିଶୋର ଜୟପୁର ଜିଲ୍ଲାର ବାସିର ଭିମଲପୁରା ଗାଁର ବାସିନ୍ଦା ହୋଇଥିବାବେଳେ ତାଙ୍କ ସହଯୋଗୀ ବାବୁଲାଲ ନୂତନ ଭାବେ ଗଠିତ କୋଟପୁଲଟି-ବେହେରା ଜିଲ୍ଲାର ମୁଣ୍ଡାୱାରର ସବ ରେଜିଷ୍ଟ୍ରାର ଅଫିସରେ ଜୁନିଅର ଆସିଷ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ଦୁଇ ଇଡି ଅଧିକାରୀଙ୍କୁ ହେପାଜତକୁ ନିଆଯାଇଛି।
ଅଧିକ ପଢ଼ନ୍ତୁ : ମନି ଲଣ୍ଡରିଂ କେସରେ ଇଡିରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ