ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ମଧ୍ୟପ୍ରଦେଶର ଜଣେ ନାବାଳିକର ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୁଲିସ ଜଣେ ୧୯ ବର୍ଷୀୟ ଯୁବକକୁ ଗିରଫ କରିଛି। ପୁଲିସ କହିଛି ନାବାଳିକା ସହିତ ଯୁବକର କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍କ୍ଷୀପ୍ତ ହୋଇ ନାବାଳିକାକୁ ଯୁବକ ଆକ୍ରମଣ କରିଥିଲା। ଘଟଣାସ୍ଥଳରୁ ନାବାଳିକାକୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାକୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଜୟପୁର ଆସିଥିବା ଯୁବକକୁ ବିନ୍ଦୟାକା ପୁଲିସ ଗିରଫ କରିଛି। ଅଭିଯୁକ୍ତ ଅର୍ଜୁନ ପ୍ରଜାପତି ମଧ୍ୟପ୍ରଦେଶ ନିବାସୀ ଅଟେ। ସେ ନାବାଳିକାକୁ ନେଇ ଜୟପୁର ଫେରାର ହୋଇଥିଲା। କିନ୍ତୁ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଶେଷରେ ନାବାଳିକାକୁ ଅର୍ଜୁନ ଆକ୍ରମଣ କରିଥିଲା। ଏଥିରେ ନାବାଳିକା ଆହତ ହୋଇଥିଲା। ସ୍ଥାନୀୟ ଲୋକେ ରବିବାର ସକାଳୁ ନାବାଳିକାକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା। ପୁଲିସ ଅଭିଯୁକ୍ତ ବିରୋଧରେ ଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ କରିଛି। କୋର୍ଟରେ ହାଜର କରାଯିବା ପେର ଅଭିଯୁକ୍ତକୁ ପୁଲିସ ରିମାଣ୍ଡରେ ଆଣିଛି।