ମହାମାରୀ ସମୟରେ ଚାକିରୀ ଆଶାୟୀଙ୍କ ପାଇଁ ଖୁସି ଖବର, ଆସିଲା SBIର ବଡ ନିଯୁକ୍ତି
Khabar Odisha:SBI-PO-recruitment-2020-Applications-to-begin-for-2000-posts

ଭୁବନେଶ୍ୱର : କରୋନା କାଳରେ ନିଯୁକ୍ତି ଓ ଚାକିରୀକୁ ନେଇ ଯୁବପିଢୀ ଚିନ୍ତାରେ ଥିବା ବେଳେ ସେମାନଙ୍କ ପାଇଁ ଖୁସି ଖବର । ବ୍ୟାଙ୍କ ଜବ୍ ଆଶାୟୀଙ୍କ ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଆସିଛି ବଡ ନିଯୁକ୍ତି । 

୨୦୦୦ ପ୍ରୋବେସନାରୀ ଅଫିସର (ପିଓ) ପାଇଁ ଷ୍ଟେଟ୍ ବ୍ୟାଙ୍କ ଆଣିଛି ବଡ ନିଯୁକ୍ତି । ଏସବିଆଇର ନୂତନ ଚାକିରି ବିଜ୍ଞପ୍ତି ଅନୂଯାଇ ଆବେଦନ ପ୍ରକ୍ରିୟା ନଭେମ୍ବର ୧୪ ରୁ ଆରମ୍ଭ ହୋଇଛି ଏବଂ ଡିସେମ୍ବର ୪ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲୁ ରହିବ ।

ଇଚ୍ଛୁକ ପାର୍ଥୀ ଅଫିସିଆଲ୍ ୱେବସାଇଟ୍ sbi.co.in  କୁ ଯାଇ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । 

ଚାକିରୀ ପାଇଁ ୩ଟି ପର୍ଯ୍ୟାୟରେ ଏସବିଆଇ ପକ୍ଷରୁ ପରୀକ୍ଷା କରାଯିବ । ପ୍ରିଲିମ, ମେନ୍ସ ଓ ଇଣ୍ଟରଭିୟୁ ଏହିଭଳି ୩ଟି ପରୀକ୍ଷା ଦେବାକୁ ପଡିବ ।

ଏହାପରେ ଡିସେମ୍ବର ୩୧, ଜାନୁୟାରୀ ୨, ୪ ଏବଂ ୫ ରେ ଅନଲାଇନ୍ ପ୍ରାଥମିକ ପରୀକ୍ଷା ଦେବାକୁ ଲକ୍ଷ୍ୟ ରଖିାଯାଇଛି । ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ସମୁଦାୟ ୨,୦୦୦ ଚାକିରି ପୂରଣ ହେବ । ସେଥିମଧ୍ୟରୁ ୨୦୦ ଟି ଆସନ ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିଭାଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି । 

ଏସବିଆଇର ପିଓ ପଦବୀ ପାଇଁ ଆବେଦନର ସର୍ବନିମ୍ନ ଯୋଗ୍ୟତା ରଖାଯାଇଛି +୩ । ଏହାଛଡା +୩ ଶେଷ ସେମିଷ୍ଟାରର ଛାତ୍ରଛାତ୍ରୀ ମାନେ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ ।

  • Tags:

Subscribe

National International State Sports Entertainment