ନୂଆଦିଲ୍ଲୀ: ଏଟର୍ନଲ୍ ଗ୍ରୁପର ପ୍ରତିଷ୍ଠାତା ତଥା ଅନଲାଇନ୍ ଡେଲିଭରି କମ୍ପାନୀ ଜୁମାଟୋ ଏବଂ ବ୍ଲିଙ୍କିଟର ମୁଖ୍ୟ ଦୀପିନ୍ଦର ଗୋୟଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବା ସିଇଓ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ଅଲବିନ୍ଦର ଢୀଣ୍ଡସା ଏଟର୍ନଲ୍ ଗ୍ରୁପର ସିଇଓ ପଦ ସମ୍ଭାଳିବେ । ଦୀପିନ୍ଦର ନିଜେ ସାମାଜିକ ଗଣମାଧ୍ୟମ ଏକ୍ସରେ ଏହି ସୂଚନା ପ୍ରଦାନ କରିଛନ୍ତି ।
ଦୀପିନ୍ଦର ନିଜର ଇସ୍ତଫାକୁ ନେଇ ବିସ୍ତାରରୂପେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ କିଛି ନୂଆ କରିବାକୁ ଚାହୁଁଛନ୍ତି । ଯେଉଁଥିରେ ଅଧିକ ବିପଦପୂର୍ଣ୍ଣ ଅନୁସନ୍ଧାନ ଏବଂ ପରୀକ୍ଷଣ ଅନ୍ତର୍ଭୁକ୍ତ । ଏହି ନୂତନ ଚିନ୍ତାଧାରା ଇଟର୍ନାଲ୍ ଭଳି ଏକ ସାର୍ବଜନୀନ କମ୍ପାନୀ ପ୍ରୟୋଗ କରିବା ଠିକ୍ ନୁହେଁ । ଯଦି ଏହି ଚିନ୍ତାଧାରା ଏଟର୍ନାଲ୍ର ରଣନୈତିକ ପରିସର ଭିତରେ ଥାଆନ୍ତା, ତେବେ ସେଗୁଡ଼ିକୁ କମ୍ପାନୀରେ ଲାଗୁ କରାଯାଇଥିଲା । ମାତ୍ର ଏହା ହୋଇପାରିବ ନାହିଁ । ବର୍ତ୍ତମାନ ଏଟର୍ନାଲ ନିଜର ଅଭିବୃଦ୍ଧି ପାଇଁ ଧ୍ୟାନ କେନ୍ଦ୍ରିତ ଏବଂ ଶୃଙ୍ଖଳିତ ରହିବା ଉଚିତ୍ । ଗୋୟଲ ଏହା ମଧ୍ୟ କହିଛନ୍ତି ଯେ ଭାରତରେ ଏକ ପବ୍ଲିକ୍ କମ୍ପାନୀର ସିଇଓଙ୍କ ଉପରେ ଆଇନଗତ ଏବଂ ଅନ୍ୟ ଦାୟିତ୍ୱର ଚାପ ଥାଏ, ଯେଉଁଥିପାଇଁ ସମ୍ପୂର୍ଣ୍ଣ ଏକାଗ୍ରତା ଜରୁରୀ । ଯେଉଁଥିପାଇଁ କମ୍ପାନୀରେ ଏଭଳି ନେତୃତ୍ୱ ପରିବର୍ତ୍ତନ କରାଯାଇଛି ।
ଜୁମୋଟୋ ଏବଂ ବ୍ଲିଙ୍କିଟ୍ ଏଟର୍ନଲ୍ ଗ୍ରୁପର ଏକ ଅଂଶ ଅଟେ । ସମସ୍ତେ ଦୀପିନ୍ଦରଙ୍କୁ ଜୁମାଟୋର ମୁଖ୍ୟଭାବେ ଜାଣନ୍ତି । ଗୋୟଲ ନିଜ କାର୍ଯ୍ୟକାଳରେ କମ୍ପାନୀକୁ ଏକ ମଜବୁତ ସ୍ଥିତିରେ ପହଁଚାଇଛନ୍ତି । ଏହା ବଜାରରେ ଗ୍ରୁପର କାରବାରର ରଣନୀତିକୁ ସୁଦୃଢ଼ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ।