ଏହି ବ୍ୟାଙ୍କର ଗ୍ରାହକଙ୍କୁ ଆରବିଆଇ ଦେଲା ବଡ଼ ଆଶ୍ଵସ୍ତି, କାଢି ପାରିବେ ୪୦ ହଜାର ଟଙ୍କା
Khabar Odisha:business-odisha-rbi-increases-withdrawal-limit-for-pmc-bank-customers-can-withdraw-40k-rupees
ମୁମ୍ବାଇ,ଅକ୍ଟୋବର୧୪(ଖବର ଓଡ଼ିଶା):

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋପରେଟିଭ ବ୍ୟାଙ୍କର ଗ୍ରାହକଙ୍କୁ ପୁଣି ଆଶ୍ଵସ୍ତି ଦେବାକୁ ଘୋଷଣା କରିଛି। କେନ୍ଦ୍ରୀୟ ବ୍ୟାଙ୍କ ଗ୍ରାହକଙ୍କୁ ନିଜ ଖାତାରୁ ୪୦ ହଜାର ଟଙ୍କା ଉଠାଇବାକୁ ଅନୁମତି ଦେଇଛି। ପୂର୍ବରୁ ଆରବିଆଇ ଏହି ବ୍ୟାଙ୍କର ଗ୍ରାହକଙ୍କ ଟଙ୍କା ଉଠାଣ ସୀମା ୧୦ ହଜାର ଟଙ୍କାରୁ ୨୫ ହଜାର ଟଙ୍କା ବଢାଇଥିଲା। 

ଆରବିଆଇ ପାର୍ବଣ ଋତୁରେ ବ୍ୟାଙ୍କର ଲକ୍ଷାଧିକ ଗ୍ରାହକଙ୍କୁ ଆଶ୍ଵସ୍ତି ଦେଇ କହିଛି ଯେ, ଛଅ ମାସରେ ନିଜ ଖାତାରୁ ମୋଟ୍ ୪୦ମ ହଜାର ଟଙ୍କା କାଢି ପାରିବେ। ପୂର୍ବେ ଗ୍ରାହକଙ୍କୁ ଛଅ ମାସରେ କେବଳ ୧୦୦୦ ଟଙ୍କା ଉଠାଇବାକୁ ଅନୁମତି ଥିଲା। ଆରବିଆଇର ଏହି ପଦକ୍ଷେପରେ ଏବେ ଲକ୍ଷାଧିକ ଗ୍ରାହକ ଉପକୃତ ହେବେ। 

ଅର୍ଥମନ୍ତ୍ରୀ ନିର୍ମଳା  ସୀତାରମଣ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଭେଟି ଗ୍ରାହକଙ୍କ ଚିନ୍ତା ଦୂର କରିବା ପାଇଁ ଅନୁରୋଧ କରିଥିଲେ। ଅର୍ଥମନ୍ତ୍ରୀ ସୋମବାର କହିଥିଲେ ଯେ, ଆରବିଆଇ ଗଭର୍ଣ୍ଣର ପିଏମସି ବ୍ୟାଙ୍କର ଗ୍ରାହକଙ୍କ ହିତ ରକ୍ଷା ପାଇଁ ଆଶ୍ଵାସନା ଦେଇଛନ୍ତି। 

ବ୍ୟାଙ୍କ କାର୍ଯ୍ୟରେ ଅନିୟମିତତା ଓ ରିଏଲ ଏଷ୍ଟେଟ୍ କମ୍ପାନୀ ଏଚଡିଆଇଏଲକୁ ଦେଇଥିବା ଋଣ ବିଷୟରେ ସଠିକ୍ ସୂଚନା ନଦେବାରୁ ଆରବିଆଇ ଏହି ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି। ପିଏମସି ବ୍ୟାଙ୍କ ନିଜର ମୋଟ୍ ଋଣ ୮,୮୮୦ ଟଙ୍କା ମଧ୍ୟରୁ ୬୫୦୦ ଟଙ୍କା କେବଳ ଏଚଡିଆଇଏଲକୁ ଦେଇଥିଲା। ଏହା ମୋଟ୍ ଋଣର ୭୩ ପ୍ରତିଶତ ଥିଲା। ବ୍ୟାଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକରେ ଋଣ ଦେବା ଏବଂ ନୂତନ ଜମା ନକରିବା ସାମିଲ ରହିଛି। ଏହା ସହିତ ବ୍ୟାଙ୍କ ପ୍ରବନ୍ଧନକୁ ହଟାଇ ସେହି ସ୍ଥାନରେ ଆରବିଆଇର ପୂର୍ବତନ ଅଧିକାରୀଙ୍କୁ ବ୍ୟାଙ୍କର ପ୍ରଶାସକ କରାଯାଇଛି।

Subscribe

National International State Sports Entertainment